ଭୁବନେଶ୍ଵର: ଆଜି ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନକୁ ନେ଼ଇ ରାଜନୀତି ସରଗରମ ହୋଇଛି। ବିଜେଡ଼ି ସରକାରକୁ ଆସିବାକୁ ଆମକୁ ୫ ବର୍ଷ ଯାଏଁ ଅପେକ୍ଷା କରିବାକୁ ପଡିନପାରେ। ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ ? ଅଧିକାଂଶ ଆମ ଲୋକ ସେଠି ଅଛନ୍ତି ବୋଲି ମୁନ୍ନା କହିଛନ୍ତି। ସମୟକୁ ଅପେକ୍ଷା କରନ୍ତୁ। ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ ବୋଲି କହିବା ପରେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ମୁନ୍ନା ଖାଁ ଦିନରେ ସ୍ବପ୍ନ ଦେଖୁଛନ୍ତି। ସେ ଚେଇଁକି ସ୍ବପ୍ନ ଦେଖୁଛନ୍ତି। ଖୁବଶୀଘ୍ର କଣ ଆଗାମୀ ଦଶନ୍ଧି ଯାଏ ବି ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି କଥାରେ କଥାରେ ଆକ୍ରମଣ ପ୍ରତି ଆକ୍ରମଣ ରାଜନୈତିକ ମହଲରେ ହଲଚଲ୍‌ ସୃଷ୍ଟି କରିଛି।


COMMERCIAL BREAK
SCROLL TO CONTINUE READING

ମୁନ୍ନା ଖାଁ କହିଥିଲେ ଯେ, ମୁଁ ସଭାରେ କହିଛି ବିଜେପି ବିଧାୟକ ବିଜେଡ଼ି ଲିଙ୍କ୍‌ରେ ଅଛନ୍ତି। ମିଡିଆ ସାମ୍ନାରେ କିଛି କହିନାହିଁ। ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ। ସରକାରକୁ ନେଇ ସବୁଠି ଅସନ୍ତୋଷ। ଜୟନାରାୟଣ ମିଶ୍ର ମୋ ବଡ ଭାଇ। ସାନ ଭାଇ ହିସାବରେ ତାଙ୍କୁ ପରାମର୍ଶ। ଦଳ ତାଙ୍କ ବିଷୟରେ ଚିନ୍ତା କରିନାହିଁ। ସେ କାଇଁ ଦଳ ବିଷୟରେ ଚିନ୍ତା କରୁଛନ୍ତି। ଜୟନାରାୟଣ ମିଶ୍ର କେଉଁଠି ରହିବା କଥା କେଉଁଠି ଅଛନ୍ତି। ଦଳ ବିଷୟରେ ଚିନ୍ତା କରି ନିଜ ବିପି ବଢାନ୍ତୁନି ବୋଲି ସାଂସଦ କହିଛନ୍ତି। ଏଥିସହ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି।