Odisha election 2024: ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାସିଷ୍ ଆଚାର୍ଯ୍ୟ। ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ବିଧାୟକ ପ୍ରାର୍ଥୀ ଇରାସିସ୍ ଆଚାର୍ଯ୍ୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ସମର୍ଥକ ଓ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇ ରିଟର୍ନିଂ ଅଫିସର ୦୫ ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଫିସ ରେ ନିଜର ନାମାନଙ୍କନ ପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସହିତ ବରଗଡ଼ ଲୋକସଭା ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ,ବିଧାନ ସଭା ପ୍ରାର୍ଥୀ ଅଶ୍ଵିନୀ ଷଡ଼ଙ୍ଗୀ ,ଅତାବିରା ବିଧାନ ସଭା ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ସହ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।



COMMERCIAL BREAK
SCROLL TO CONTINUE READING

 ଭଟଲି ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଦୁର୍ନୀତି,ଅତ୍ୟାଚାର, ନିଶା କାରବାର୍ ,ଗୁଣ୍ଡା ଗର୍ଦୀ ବିରୋଧରେ ଲୋକେ ସଚେତନ ହୋଇସାରିଲେଣି । ଏଥର ନିର୍ବାଚନ ଇରାଶିଶ ନୁହେଁ ଭଟଲୀ ର ଜନ ସାଧାରଣ ଲଢ଼ିବେ ।କେନ୍ଦ୍ର ସରକାରଙ୍କ ବହୁ ଜନାଭିମୂଖି ଯୋଜନା ଭଟଲିରେ କାର୍ଯ୍ୟକାରୀ ହୋଇଛି। ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବେ ଏବଂ ବିଜେପି ବିପୁଳ ଭୋଟର ବିଜୟୀ ହେବ ବୋଲି କହିଛନ୍ତି ।