ଭୁବନେଶ୍ଵର: ଆଜି ବିଧାନସଭାର ଦ୍ୱିତୀୟ ଦିନରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇଛି ମୁଖ୍ୟ ବିରୋଧୀଦଳ। ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି। ଜଙ୍ଗଲ ଓ ପରିବେଶ ବିଜେପି ସରକାର ନଷ୍ଟକରୁଥିବା ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି ଆଚାର୍ଯ୍ୟ। ଏଥିସହ ଗନ୍ଧମାର୍ଦ୍ଦନକୁ ନେଇ ଗୃହକୁ ବିଗତ ଦିନର ତଥ୍ୟ ଦେଇବାକୁ ମଧ୍ୟ ପଛେଇ ନାହାନ୍ତି। 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି, ପୂର୍ବ ସରକାର ସମୟରେ ଗନ୍ଧମାର୍ଦ୍ଦନରୁ ବକ୍ସସାଇଟ ଖନନ ପାଇଁ ଅନୁମତି ଦିଆଯାଇଥିଲା, ତାହାକୁ ନେଇ ଜନ ଆନ୍ଦୋଳନ ଦେଖିବାକୁ ମିଳିଥିଲା। ଫଳରେ ସରକାର ଅନୁପତି ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ସରକାର ଗନ୍ଧମାର୍ଦ୍ଦନକୁ କମ୍ପାନୀ ହାତକୁ ଟେକି ଦେବାକୁ ଯାଉଛନ୍ତି। ଏଥିସହ ଗନ୍ଧମାର୍ଦ୍ଦନ ପାଦଦେଶରେ ଆଦାନୀ ଗ୍ରୁପକୁ ଜମି କିଣିବାକୁ ସରକାର ଅନୁମତି ଦେଇଛନ୍ତି କି ? ଗନ୍ଧମାର୍ଦ୍ଦନ ପାହାଡରୁ ବକ୍ସାଇଟ ଖନନ ପାଇଁ କାହାକୁ ଦେବାକୁ ଲକ୍ଷ୍ୟ ରଖାଯାଇଛି ସରକାର ସ୍ପଷ୍ଟ କରନ୍ତୁ। 


ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି, ଆଦାନୀକୁ ଜମି କିଣିବାକୁ ବିଜେଡି ସରକାର ଅନୁମତି ଦେଇଥିଲେ। ହେଲେ ଗନ୍ଧମାର୍ଦ୍ଦନ ପାହାଡର ଇଞ୍ଚେ ବି ଜମି ମୋହନ ସରକାର କାହାକୁ ଦେବେ ନାହିଁ। ଯଦି ମୋହନ ସରକାର ସେ କାମ କରନ୍ତି ତେବେ ମୁଁ ନିଜେ ଆନ୍ଦୋଳନରେ ସାମିଲ ହେବି ବୋଲି କେ.ଭି ସିଂଦେଓ କହିଛନ୍ତି।