Black Day: ଜୁନ ୨୫ ଅର୍ଥାତ୍ ଆଜିର ଦିନକୁ ବିଜେପି କଳା ଦିବସ ଭାବେ ପାଳନ କରିବାକୁ ଯାଉଛି। ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ (Indira Gandhi) ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ତେଣୁ ଏହି ଦିନକୁ ବିଜେପି କଳା ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛି। ଗଣତନ୍ତ୍ର ଏବଂ ଭାରତରେ ସମ୍ବିଧାନ କଂଗ୍ରେସ ଶାସନ ସମୟରେ ଅଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଥିବା ନେଇ ବିଜେପି(BJP) ଅଭିଯୋଗ କରିଛି। ଆଜି ଏହି ଜରୁରୀକାଳୀନ(Emergency) ପରିସ୍ଥିତିକୁ ବିରୋଧ କରିଥିବା ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବ।


COMMERCIAL BREAK
SCROLL TO CONTINUE READING

ବିଜେପି ଦଳ ଅଭିଯୋଗ କରିଛି ଗଣତନ୍ତ୍ର ଏବଂ ଭାରତର ସମ୍ଭିଧାନ କଂଗ୍ରେସ ସମୟରେ ସର୍ବାଧିକ କ୍ଷତିଗ୍ରସ୍ତ ଏବଂ ଅପମାନିତ ହୋଇଛି । ଜୁନ ୨୫ରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରି ଗଣତନ୍ତ୍ରର ହତ୍ୟା କରିଥିଲା କଂଗ୍ରେସ(Congress)। ବିରୋଧୀ ଦଳଙ୍କୁ ଜେଲରେ ପୁରେଇ ଥିଲେ, ୧୯ ମାସ ଧରି ତାନାଶାହି ଶାସନ ଚଳାଇ ଥିଲେ। କ୍ଷମତା ଖସିବା ଭୟରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ ଇନ୍ଦିରା ଗାନ୍ଧୀ। ନିଜର ସ୍ୱାର୍ଥ ଓ ପଦବୀର ସୁରକ୍ଷା ପାଇଁ ସେ ଏପରି କରିଥିଲେ । ତେବେ ବିଜେପି ଏକ ଦାୟିତ୍ୱ ସମ୍ପନ ଦଳ ହିସାବରେ ଜୁନ ୨୫କୁ କଳା ଦିବସ ଭାବେ ପାଳନ କରିବ ବୋଲି କୁହାଯାଇଛି।



୧୯୭୫ ମସିହାରେ କଂଗ୍ରେସ "କ୍ଷମତାସୀନତା" ତଥା ସମ୍ବିଧାନକୁ ଅବମାନ କରି ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବା ନେଇ ଗମ୍ଭୀର ଆରୋପ ଲଗାଇଛି ବିଜେପି। ସୋମବାର ଦିନ ବିଜେପି କହିଛି ଯେ ଏହି ଦିନ ଏକ ଗଣତନ୍ତ୍ର ପାଇଁ କଳା ଦିବସ ଥିଲା। ସମ୍ବିଧାନର ଧାରା ୩୫୨ ଅନୁଯାୟୀ, ଯଦି ଦେଶର ସୁରକ୍ଷା ପ୍ରତି ଘୋର ବିପଦ ଥାଏ - ଯୁଦ୍ଧ ହେଉ ବା ବାହ୍ୟ ଆକ୍ରୋଶ କିମ୍ବା ସଶସ୍ତ୍ର ବିଦ୍ରୋହ ଦ୍ୱାରା ରାଷ୍ଟ୍ରପତି(President of India) ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ।


ଜରୁରୀକାଳୀନ ପରିସ୍ଥିତି ଭାରତର ଭଳି ଏକ ଗଣତାନ୍ତ୍ରୀକ ଦେଶରେ ଏହା ଏକ ଅନ୍ଧକାର ଅଧ୍ୟାୟ ଭାବରେ ସବୁବେଳେ ମନେ ରହିବ। ଗଣତାନ୍ତ୍ରିକ ସ୍ୱାଧୀନତାର କଠୋର ପ୍ରତିବନ୍ଧକକୁ ଦର୍ଶାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୫ ତଥା ଆଜିର ତାରଖରେ ଦେଶ ଉପରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ।