ଯାଜପୁର: ଗିରଫ ହେଲେ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରସାଦ ଦାସ। ଯାଜପୁର ପଲିସ ଭବଙ୍କୁ ଗିରଫ କରିଛି। ତେବେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଘରୁ ଉଠାଇ ଆଣିଥିଲା। ଗିରଫ ପରେ ଯାଜପୁର ଏସଡିଜିଏମ୍ ଙ୍କ ସରକାରୀ ବାସଭବନରେ ହାଜର କରାଯାଇଛି। ବିରଜା ହାଟ ବ୍ୟବସାୟୀଙ୍କୁ ଧମକ ଅଭିଯୋଗରେ ହୋଇଥିଲା ଏତଲା। 


COMMERCIAL BREAK
SCROLL TO CONTINUE READING

ସେହିପରି ପୁଲିସର ବିନା ଅନୁମତିରେ ବୁଢ଼ାଘାଟ ନିକଟରେ ରାସ୍ତାରୋକ କରିବା ଘଟଣାରେ ମଧ୍ୟ ମାମଲା ରୁଜୁ ହୋଇଛି। ଭବଙ୍କ ନାମରେ ୩ଟି ଅଭିଯୋଗ ବ୍ୟବସାୟୀ କରୁଥିବା ବେଳେ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇ କେସ ନଂ ୪୬୯, ୪୭୦, ୪୭୧ ଓ ୪୭୨ ରେ ମାମଲା ହୋଇଛି। ବିଳମ୍ବିତ ରାତ୍ରରେ ଭବ ଙ୍କୁ କଳିଙ୍ଗ ନଗର ଥାନାରେ ପୁଲିସ ଅଟକ ରଖି ପଚରାଉଚରା କରୁଥିଲ। ପରେ ଗିରଫ କରି ଯାଜପୁର ଏସଡ଼ିଜିଏମଙ୍କ ସରକାରୀ ବାସଭବନରେ ହାଜର କରିଥିଲା ପୁଲିସ।


ସୂଚନା ଥାଉକି, ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍‌ ଛଡାଇ ନେଇଥିଲେ ବୋଲି ଅଭିଯୋଗ କରାଯାଇଛି। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ।