Odisha News: ଏକ ତରଫା ପ୍ରେମକୁ ନେଇ ଅଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା
Odisha News: ଏଥିରେ ଉତ୍ତକ୍ଷୀପ୍ତ ହୋଇ ଆଜି ଦିବ୍ୟାଭାରତୀ ନିଜ ଅ।ଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଅଙ୍ଗନବାଡି ରାସ୍ତାର ଏକ ନିଛାଟିଅ। ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଅକ୍ରମଣ କରିଥିଲେ। ଫାର୍ସା ଅକ୍ରମଣରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିଲା ପରେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଛି।
Odisha News: (ଅଭୟ ମହାନ୍ତି) ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଜୁଲୁମବାହାଲ ପୁରନା ଗାଁର ଅ।ଙ୍ଗନବାଡି କର୍ମୀଙ୍କୁ ନିର୍ମମ ହତ୍ୟା। ଏକ ତରଫା ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଅଙ୍ଗନବାଡି କର୍ମୀ ଦିବ୍ୟାଭାରତୀ ଅଢାଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରି ଅ।ସିବା ସହ ବାହା ହେବାକୁ ବାରମ୍ଵାର କହି ଅ।ସୁଥିଲା ଆଜି ମଧ୍ୟ ଅ।ଙ୍ଗନବାଡି କର୍ମୀଙ୍କୁ ବାହା ହେବା କଥା କହିବା ପରେ ଦିବ୍ୟାଭାରତୀ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷୀପ୍ତ ହୋଇ ଆଜି ଦିବ୍ୟାଭାରତୀ ନିଜ ଅ।ଙ୍ଗନବାଡି କେନ୍ଦ୍ରରୁ ଘରକୁ ଫେରୁଥିବା ବେଳେ ଅଙ୍ଗନବାଡି ରାସ୍ତାର ଏକ ନିଛାଟିଅ। ସ୍ଥାନରେ ତାଙ୍କୁ ଅଟକାଇ ତାଙ୍କ ଉପରକୁ ଏକ ଫାର୍ସାରେ ଅକ୍ରମଣ କରିଥିଲେ। ଫାର୍ସା ଅକ୍ରମଣରେ ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହୋଇଥିଲା ପରେ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଛି।
ଏହି ଘଟଣା ଜଣା ପଡିବା ପରେ ମୃତ ଅଙ୍ଗନବାଡି କର୍ମୀଙ୍କ କାକା ହେମଗିର ଥାନାରେ ଲିଖିର ଭାବେ ଜଣାଇଛନ୍ତି ପୋଲିସର ଏକ ଟିମ ଅଭିଯୁକ୍ତ ଶରତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଅଭିଯୁକ୍ତ ଶରତ ଓ ମୃତ ଅଙ୍ଗନବାଡି କର୍ମୀ ଦୁହେଁ ଅଲଗା ଅଲଗା ଜାତିର ହୋଇଥିବାରୁ ବାହା ନହେବା ନେଇ ଦିବ୍ୟା କହିଥିଲେ ମାତ୍ର ଶରତ ଏକତରଫା ଭାବେ ପ୍ରେମ କରି ଆସୁଥିଲେ ଏବଂ ଆଜି ସମ୍ପର୍ଣ୍ଣ ନିରାଶ ହେବାରୁ ଶେଷରେ ହତ୍ୟା କରି ଫେରାର ହୋଇଯାଇଛି। ପୋଲିସ ତଦନ୍ତ ଜାରି ରହିଛି।