Assembly Budget Session 2024: ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ବିଧାନସଭା ଅଧିବେଶନ ଆଜି (ସୋମବାର) ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ। ବଜେଟ୍ ଅଧିବେଶନର ନିର୍ଦ୍ଧାରିତ ସମୟରେ ବିଧାନସଭାରେ ପହଞ୍ଚି ଥିଲେ ରାଜ୍ୟପାଳ ରଘୁବର ଦାସ। ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିବା ପରେ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ ବାଚସ୍ପତି।  ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ ସହ ଇହଧାମ ତ୍ୟାଗ କରିଥିବା ସଦସ୍ୟ ଓ ସଦିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଲେ ରାଜ୍ୟପାଳ । ପରେ, ଗୃହରେ ନିଜର ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ (Raghubar Das,Governor of Odisha)।


COMMERCIAL BREAK
SCROLL TO CONTINUE READING

ALSO REAS: Assembly Budget Session 2024: ବିଧାନସଭାରେ ପରିକ୍ରମା ପ୍ରକଳ୍ପକୁ ଭୁରି ଭୁରି ପ୍ରଂଶାସ କଲେ ରାଜ୍ୟପାଳ


ରାଜ୍ୟପାଳ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କ ସଫଳତାର କାହାଣୀ ବଖାଣିଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ସମେଲେଇ ପ୍ରକଳ୍ପ ବିଷୟରେ ବିସ୍ତୁତ ଭାବରେ କହିଥିଲେ।  ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ବାସକୁ ରାଜ୍ୟ ସରକାର ଜିତିବାରେ ସଫଳ ହୋଇଛନ୍ତି ବୋଲି କହିଥିଲେ । କେବଳ ସେତିକି ନୁହେଁ, ଏହି କ୍ରମରେ ସରକାରଙ୍କ ଅନ୍ୟାନ୍ୟ ଯୋଜନା ବିଷୟରେ ମଧ୍ୟ ଗୁଣଗାନ କରିଥିଲେ। 


ନିକଟରେ ରାଜ୍ୟ ସରକାର ଆରମ୍ଭ କରିଥିବା ବିଶ୍ବ ଓଡି଼ଆ ଭାଷ ସମ୍ବିଳନୀ ରାଜ୍ୟରେ ଗୁରୁତ୍ବ ବହନ କରିଛି। ୫-ଟି, ମୋ ସରକାର ରୂପାନ୍ତରିତ ପ୍ରଶାସନିକ ବ୍ୟବସ୍ଥାର ନୂତନ ଯୁଗ ହୋଇଛି। ମିଲେଟ୍ ମିଶନକୁ ରାଜ୍ୟସରକାର ଗୁରୁତ୍ବ ଦେଇଛନ୍ତି।  ୨୦୨୨-୨୦୨୩ରେ ୬.୦୩ ଲକ୍ଷ କ୍ବିଣ୍ଟାଲ୍ ମିଲେଟ୍ (ମାଣ୍ତିଆ) ସଂଗ୍ରହ ହୋଇଛି। ଏହି କ୍ରମରେ ସେ ଆହୁରି ମଧ୍ୟ କହିଥିଲେ ଯେ, ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିସାରିଛି। ୨୦୨୪ ଡିସେମ୍ବର ସୁଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତି ମୁକ୍ତ ହେବ। ଏହାସହ, ନ୍ୟୁୟର୍କ, ଟୋକିଓ ଓ ସିଙ୍ଗାପୁର ଭଳି ଓଡ଼ିଶାରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା ଚାଲିଛି । ଡ୍ରିଙ୍କ ଫ୍ରମ ଟ୍ୟାପରେ ପୁରୀ ଓ ଗୋପାଳପୁର ଦେଶର ପ୍ରଥମ ଓ ଦ୍ୱିତୀୟ ସହର । ୨୪ ସହରାଞ୍ଚଳର ୨୩ ଲକ୍ଷ ବାସିନ୍ଦା ଡ୍ରିଙ୍କ ଫ୍ରମ୍ ଟ୍ୟାପ ସୁବିଧା ପାଉଛନ୍ତି।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ,  ଚଳିତ ମାସ ୮ ତାରିଖରେ କାମଚଳା ବଜେଟ୍ ଉପସ୍ଥାପିତ ହେବ। ୧୩ ଯାଏଁ ଅଧିବେଶନ ଚାଲିବ । ଏଥିରେ ମାତ୍ର ୭ଟି  କାର୍ଯ୍ୟ ଦିବସ  ଅଛି।