CBSE Exam 2024: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (CBSE) ପକ୍ଷରୁ ୨୦୨୪ରେ ହେବାକୁ ଥିବା  ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପାଇଁ କାର୍ଯ୍ୟ ସୂଚୀ ଜାରି  କରାଯାଇଛି (CBSE Class 10 and 12 Board Exams) ।  ଏହି କାର୍ଯ୍ୟସୂଚୀ ଅନୁସାରେ, ଫେବୃଆରୀ ୧୫ରୁ ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ। ତେବେ, ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୩ ତାରିଖରେ ଶେଷ ହେଉଥିବା ବେଳେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ୍ ୨ରେ ସରିବ।  ପରୀକ୍ଷା ପୂର୍ବାହ୍ନ  ୧୦ଟା ୩୦ ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ୩୦ରେ ସରିବ। ସିବିଏସି ଓ୍ବେବସାଇଟରେ  ପରୀକ୍ଷା ସୂଚୀ ଅପଲୋଡ଼ କରାଯାଇଛି।


COMMERCIAL BREAK
SCROLL TO CONTINUE READING

Also Read: Guru Gochar 2023: ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି, ଏହି ସବୁ ରାଶିରେ ଲାଗିବ ଲଟେରୀ


ଦଶମ ବୋର୍ଡ ପରୀକ୍ଷା ପ୍ରତିଟି ବିଷୟର ପେପର ୮୦ ନମ୍ବର ରହିଛି। ଅବଶିଷ୍ଟ ୨୦ ନମ୍ବର ପିରିୟୋଡିକ୍ ଟେଷ୍ଟ, ଆସାଇନମେଣ୍ଟ,  ଓ ସ୍କିଲ୍ ବେସଡ୍  ଆକ୍ଟିଭିଟି କିମ୍ବା ପ୍ରୋଜେକ୍ଟରୁ ଦିଆଯିବ।  ପରୀକ୍ଷାରେ ୪୦ ପ୍ରତିଶତ ପ୍ରଶ୍ନ ଏମସିକ୍ୟୁ ଟାଇପ୍ ରହିବ। ୨୦ ପ୍ରତିଶତ ସିଚ୍ୟୁଏସନ୍ ବେସଡ୍ ପ୍ରଶ୍ନ ଆସିବ। ଅବଶିଷ୍ଟ ୪୦ ପ୍ରତିଶତ ପ୍ରଶ୍ନ  ସର୍ଟ କିମ୍ବା ଲଙ୍ଗ୍ ଟାଇପ୍ ହେବ।  ପରୀକ୍ଷା ସମୟ ତିନି ଘଣ୍ଟା ରହିବ। 


ସେହିଭଳି ଦ୍ବାଦଶ ଶ୍ରେଣୀରେ ଆକାଉଣ୍ଟାସି, ବିଜନେସ୍ ଷ୍ଟଡି଼ଜ୍ ଏବଂ ଇକୋନୋମିକ୍ସରେ ୮୦ ନମ୍ବର ପରୀକ୍ଷା ହେବ। ଅବଶିଷ୍ଟ ୨୦  ନମ୍ବର ଇଣ୍ଟର ଟେଷ୍ଟ ଆଧାରରେ ମିଳିବ।  ଫିଜିକ୍ସ, କେମେଷ୍ଟ୍ରି,  ଓ ବାୟୋଲୋଜି ପେପରରେ  ପରୀକ୍ଷା ୭୦ ନମ୍ବର ବିଶିଷ୍ଟ ହେବେ।  ଅବଶିଷ୍ଟ ୩୦ ନମ୍ବର  ପ୍ରାକ୍ଟିକାଲ୍ ପାଇଁ ରହିବ।  ଅନ୍ୟ ସବୁ ବିଷୟ ୮୦ ନମ୍ବର ରହିବ। ୨୦ ନମ୍ବର ପ୍ରୋଜେକ୍ଟ,  ଆସାଇନମେଣ୍ଟ ଆଧାରରେ ଦିଆଯିବ।  ପରୀକ୍ଷା ସମୟ ତିନି ଘଣ୍ଟା ରହିବ। 


ବୋର୍ଡ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ। ଏବଂ ଏଥିପାଇଁ କାର୍ଯ୍ୟସୂଚୀ ଜାରି କରାଯାଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା  ୨୦୨୪ ଜାନୁଆରୀ ୧ରୁ ଫେବୃଆରୀ ୧୫ ତାରିଖ ଭିତରେ କରାଯିବ।  ଗତ ଜୁଲାଇରେ ସିବିଏସିଇ ବିଜ୍ଞପ୍ତି  ଜାରି କରି କହିଥିଲା କି  ଚଳିତ ବର୍ଷ ଦଶମ ଓ ଦ୍ବାଦଶ ପରୀକ୍ଷା ପ୍ରାୟ ୫୫ ଦିନ ଚାଲିବ। ଫେବୃଆରୀ ୧୫ରୁ ଆରମ୍ଭ ହେବ।  ଏବଂ ଏପ୍ରିଲ୍ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସିବିଏସସି ତାର  ବିଜ୍ଞପ୍ତିରେ ବିଭିନ୍ନ ପ୍ରକାର ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥା ବା ସଂଗଠନକୁ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀକୁ ଧ୍ୟାନରେ ରଖି ନିଜର ପରୀକ୍ଷା ତାରିଖ ସ୍ଥିର କରିବାକୁ କହିଥିଲା।