ଭୁବନେଶ୍ୱର: ଓଡ଼ିଶା ନର୍ସଙ୍କ ଡ୍ରେସ କୋଡରେ ପରିବର୍ତ୍ତନ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସ୍ବାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ବଦଳିଥିବା ଡ୍ରେସ କୋଡ୍‌ ଅନୁସାରେ, ସିନିୟର୍ ନର୍ସିଂ ଅଫିସରଙ୍କ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍‌ କରାଯାଇଛି। ଆସିଷ୍ଟାଣ୍ଟ ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ କେୟନ୍ ବ୍ଲୁ ରଙ୍ଗର ପୋଷାକ କରାଯାଇଛି। ଡେପୁଟି ନର୍ସିଂ ସୁପଣ୍ଡେଣ୍ଟେଣ୍ଡ/ନର୍ସିଂ ସୁପଣ୍ଡେଣ୍ଟେଣ୍ଡଙ୍କ ଧଳା ରଙ୍ଗ ପୋଷାକ କରାଯାଇଛି। ଜେନେରାଲ୍ ୱାର୍ଡରେ ଡ୍ୟୁଟିରତ ନର୍ସ ଧଳା ରଙ୍ଗର ଆଫର୍ନ ପିନ୍ଧିବେ।


COMMERCIAL BREAK
SCROLL TO CONTINUE READING

ସେବା କ୍ଷେତ୍ରରେ ଓଡିଆ ଅସ୍ପିତାର ଝଲକ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ ଧଳା ବଦଳରେ ଧଳା ଡ୍ରେସ୍ ବା ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ। ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କଲରରେ ସମ୍ବଲପୁରୀ ଡିଜାଇନ୍ ରହିବ। ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି। ଏହି ଦାବିକୁ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସହମତି ପ୍ରଦାନ କରିଛି।


Also Read- Gold And Silver Price Today: ପୁଣି ଖସିଲା ସୁନା ଦର


Also Read- ଇସ୍କନକୁ ଭାରତରେ ନିଷିଦ୍ଧାଦେଶ ପାଇଁ ଦାବି କଲେ ହିନ୍ଦୁ ସଂଗଠନ