ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ଯାଏ ଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, ଏନ୍‌ସିସି କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର ଓ କଳାକାର ସାମିଲ ହୋଇଛନ୍ତି । କଳାକାର ମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନା, କୃଷ୍ଣ ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଡିଜିପି ଯୋଗେଶ ବାହାଦୂର ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ।