ଭୁବନେଶ୍ଵର: ଆଜି ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇଦିନିଆ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ଗସ୍ତର ପ୍ରଥମ ଦିନରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆସନ୍ତାକାଲି ଚାଇଁବାସାର କୋଲ୍ ହାନ୍ ଯିବେ। ବିଜେପିର ପରିବର୍ତ୍ତନ ଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ୍ ହେବେ। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଜେପିର ବରିଷ୍ଠ ନେତା, ସାଂସଦ, ବିଧାୟକ ବି ଝାଡ଼ଖଣ୍ଡ ଗସ୍ତରେ ରହିଛନ୍ତି। ଅପରାହ୍ନ ୩ଟାରେ ମାଝଗାଓଁ ସ୍କୁଲ ପଡ଼ିଆରେ ସଭାକୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରେ ଚାଇଁବାସା ସର୍କିଟ ହାଉସରେ ପହଞ୍ଚି ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ୧ ତାରିଖରେ ଚାଇବାସାରେ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ପରେ ଅପରାହ୍ନ ୪ଟା ୧୦ରେ ରାଞ୍ଚିରୁ ଭୁବନେଶ୍ୱର ଫେରି ଆସିବାର କାର୍ଯ୍ୟକ୍ରମର ରହିଛି। ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। 


ଅଧିକ ପଢନ୍ତୁ..


ଦାୟିତ୍ଵ ନେଲେ ନୂଆ ପୁଲିସ କମିଶନର


https://zeenews.india.com/hindi/zeeodisha/state-news/ips-officer-suresh-debadutta-singh-takes-charge/2452982