Sargiful:  ଭୁବନେଶ୍ୱର: ଆଜି ଶନିବାର ଲୋକସେବା ଭବନରେ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ଥିବା ବିଦ୍ୟାଳୟର ପିଲାମାନଙ୍କ ପାଇଁ ରାଜ୍ୟସ୍ତରୀୟ ସରଗି ଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କୁ ଭଲ ପାଠ ପଢିବାକୁ ଉପଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ କି ଭଲ ପାଠ ପଢି ବାପା ମାଙ୍କ ସ୍ୱପ୍ନକୁ ସାକାର କର। ତୁମ ପ୍ରତିଭାର ଲାଭ ସମସ୍ତେ ଉଠାନ୍ତୁ। ପିଲାମାନେ ନିଜ ନିଜର ପ୍ରତିଭାକୁ ଜାଣି  ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବା ଉଚିତ୍। ଏହା ହେଲେ ସେମାନେ ନିଶ୍ଚୟ ସଫଳ ହେବେ ବୋଲି  ମୁଖ୍ୟମନ୍ତ୍ରୀ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ପିଲାମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାମାନେ ସର୍‌ଗି ଫୁଲ୍‌ ପାଇଁ ଭୁବନେଶ୍ଵର ଆସିଛନ୍ତି। ଭୁବନେଶ୍ବରର ବିଭିନ୍ନ ଐତିହାସିକ ସ୍ଥାନ ଓ ଅନ୍ୟ ପର୍ଯ୍ୟଟନ ସ୍ଥଳ ମଧ୍ୟ ବୁଲି ଦେଖୁଛନ୍ତି। ଏହାଦ୍ବାରା  ସେମାନଙ୍କର ଜ୍ଞାନ ଓ ଅଭିଜ୍ଞତା ବୃଦ୍ଧି ହେଉଛି। ପିଲାମାନଙ୍କ ଭବିଷ୍ୟତ ପାଇଁ ଏହା ଖୁବ ଭଲ ଉଦ୍ୟମ। ଆଗକୁ ବଢିବାର ମୁଖ୍ୟ ରାସ୍ତା ହେଉଛି ଶିକ୍ଷା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜ୍ଞାନ,  ସାହିତ୍ୟ ସହିତ ଆମେ ଆମର ରାଜ୍ୟ, ଆମ ଦେଶ, ଆମ ସଂସ୍କୃତି ସଂପର୍କରେ ମଧ୍ୟ ଜାଣିବା ଦରକାର। ନିଜର ପ୍ରତିଭାକୁ ଚିହ୍ନି, ଆଗକୁ ବଢ଼ିବା ପାଇଁ କାମ କଲେ, ଆମେ ନିଶ୍ଚୟ  ସଫଳ ହେବା ବୋଲି ସେ କହିଥିଲେ। ଜନଜାତି ବିଦ୍ୟାଳୟର ପିଲା ମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ ପିଲା ମାନଙ୍କ  ପାଇଁ କମ୍ପୁଟର ଶିକ୍ଷା, ସ୍ବାସ୍ଥ୍ୟ  ପରୀକ୍ଷା, ମାତୃଭାଷାରେ ଶିକ୍ଷାଦାନ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି।


ସିଏମ୍ ଛାତ୍ରମାନଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ, ସେମାନଙ୍କର ଦୈନନ୍ଦିନ ଅଧ୍ୟୟନ ବ୍ୟତୀତ, ସେମାନେ ସେମାନଙ୍କର ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧ ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିବା ଉଚିତ୍ | ଏହି ଦିଗଗୁଡିକ ବୁଝିବା ଦ୍ୱାରା ସେମାନେ ସମାଜ, ରାଜ୍ୟ ତଥା ଦେଶ ପାଇଁ ଅଧିକ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ବୋଲି ଭୁବନେଶ୍ୱରର ଲୋକସେବା ଭବନରେ ସରଗିଫୁଲ-୨୦୨୩ ବିଜେତାଙ୍କ ରାଜ୍ୟସ୍ତରୀୟ ସମାରୋହରେ ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି।