ଭୁବନେଶ୍ଵର: ଆସନ୍ତାକାଲି ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟକୁ କିପରି ଅଧିକ ନିବେଶ ଆସିବ, ସେ ନେଇ ନିବେଶକଙ୍କ ସହ ଆଲୋଚନା କରିବେ। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡ ଗସ୍ତରେ ଅଛନ୍ତି। ଆଜି ତାଙ୍କର ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ। ଆଜି ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗ‌ଦେବେ ମୁଖ୍ୟମନ୍ତ୍ରୀ ଏବଂ ଝାଡଖଣ୍ଡରେ ଥିବା ଓଡିଆଙ୍କୁ ସମ୍ବୋଧିତ କରିବେ। 


ସେହିପରି ଆଗକୁ ଝାଡ଼ଖଣ୍ଡ ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ରାଞ୍ଚି ଅଭିମୁଖେ ଯାଇଥିଲେ। ରାଞ୍ଚିରୁ ହେଲିକପ୍ଟର ଯୋଗେ ପଶ୍ଚିମ ସିଂହଭୂମରେ ପହଞ୍ଚିଥିଲେ।


ଅଧିକ ପଢନ୍ତୁ...


ଭରତପୁର ଥାନା ଘଟଣା; ସତ୍ୟପାଠ ଗ୍ରହଣ କରିବେ କମିଶନ, ଆଜି ଜାରି ହେବ ବିଜ୍ଞପ୍ତି


https://zeenews.india.com/hindi/zeeodisha/state-news/bharatpur-police-station-case-judicial-investigation-process-starts/2454151