CHSE Result 2023: ଆଜି ଅର୍ଥାତ୍ ବୁଧବାର ଦିନ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ଦିନ ୧୧ଟାରେ ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବ । ତେବେ ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଘୋଷଣା କରାଯିବ । ଆନିଷ୍ଠାନିକ ରେଜଲ୍ଟ ଘୋଷଣା ହେବା ପରେ ଛାତ୍ରଛାତ୍ରୀ ମାନେ www.orissaresults.nic.in ୱେବସାଇଟ ବା ସାମ୍ସ ପୋର୍ଟାଲକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ଆଜି ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଘୋଷଣା ହେବାକୁ ଥିବା ବେଳେ ପରବର୍ତ୍ତୀ ସମୟରେ କଳା (Arts) ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସୂଚନା ରହିଛି । ତେବେ ଜୁନ୍ ୮ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବା ବୋଲି ଆଶା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ମାସ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏଁ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । କଳାରେ ୨ ଲକ୍ଷ ୧୯ ହଜାରେ ୧୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଗତବର୍ଷ ଯୁକ୍ତ ୨ ପାସ ହାର ୯୪.୧୨ ପ୍ରତିଶତ ଓ ବାଣିଜ୍ୟରେ ୮୯.୨ ପ୍ରତିଶତ ରହିଥିଲା । ତେବେ ଚଳିତ ବର୍ଷ ଫଳାଫଳ ଅଧିକ ଭଲ ହେବା ନେଇ ଆଶା କରାଯାଇଛି । ପ୍ରକାଶ ଥାଉ କି, ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୦ରୁ ୨୨ ମଧ୍ଯରେ ଅନଲାଇନରେ ପରୀକ୍ଷା ଖାତା ଦେଖାଯାଇ ଥିବାବେଳେ ଏପ୍ରିଲ ୧୦ରୁ ୨୧ ମଧ୍ଯରେ ଅଫଲାଇନରେ ଖାତା ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଅନଲାଇନ ଖାତା ଦେଖାରେ ପ୍ରାୟ ୩ ହଜାର ଓ ଅଫଲାଇନରେ ପ୍ରାୟ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ । ବିଜ୍ଞାନ ଓ ବାଣିଜ୍ୟ ବିଷୟ ଗୁଡ଼ିକର ଇ- ମୂଲ୍ୟାୟନ ଲାଗି ୩୯ଟି ଓ ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦାମୂଳକ ବିଷୟ ଗୁଡ଼ିକ ଲାଗି ୬୫ଟି କେନ୍ଦ୍ର କରାଯାଇଥିଲା ।


ଏହା ବି ପଢନ୍ତୁ-Bank Holidays in June 2023: ଜୁନ୍ ରେ ୧୨ ଦିନ ବ୍ୟାଙ୍କ ଛୁଟି! ଜାଣନ୍ତୁ କେବେ ଓ କେଉଁଠି ରହିବ ବନ୍ଦ


ସେପଟେ ୧୫ ଦିନ ହେବ CBSE ଓ CISCE ପରୀକ୍ଷା ଫଳ ବାହାରି ସାରିଥିବାବେଳେ ଏଯାଏଁ ରାଜ୍ୟ ବୋର୍ଡ଼ର ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିନଥିବାରୁ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି । ଆଡ଼ମିଶନ ଲାଗି ସମୟ ଗୁଡୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବଢୁଥିବା ଅସନ୍ତୋଷ ଯୋଗୁଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତରବରିଆ ଭାବେ ବୁଧବାର ଦିନ କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ନେଇ ଘୋଷଣା କରାଯାଇଛି । ନିୟମ ଅନୁଯାୟୀ ପରୀକ୍ଷା ଶେଷ ହେବାର ୪୫ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଳ ପାଇବା କଥା ମାତ୍ର ପରୀକ୍ଷାକୁ ଦୁଇ ମାସ ବିତିଯାଇଥିବା ବେଳେ ଏଯାଏଁ ରେଜଲ୍ଟ ପ୍ରକାଶ ପାଇନଥିବାରୁ ଅସନ୍ତୋଷ ଦେଖାଦେଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଯାଏ । ପରିଷଦର ନୀତି ଓ ବ୍ୟବସ୍ଥାରେ ସ୍ପଷ୍ଟତା ଆସିଲେ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାକ ପାଇପାରିବ ବୋଲି ଶିକ୍ଷାବିତ୍ ମତ ଦେଇଛନ୍ତି ।


ଏହା ବି ପଢନ୍ତୁ-Wedding News: ବାନ୍ତି ଲାଗୁଛି କହି ଛୁ ମାରିଲା କନିଁଆ, ୧୩ ଦିନ ଧରି ବେଦିରେ ବସି ରହିଲା ବର...


ଏହା ବି ପଢନ୍ତୁ-Wedding Makeup Kit: ବାହାଘର ବେଳେ କନ୍ୟାଙ୍କୁ ଗିଫ୍ଟରେ ଦିଆଗଲା ଗର୍ଭନିରୋଧକ ବଟିକା ଓ କଣ୍ଡୋମ ପ୍ୟାକେଟ୍