ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ କିରାଣୀ ରବି ଶଙ୍କର ପାତ୍ର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏଥିସିତ ଟିମ୍ ବିଭିନ୍ନ ସ୍ଥାନରେ ଥିବା ସମ୍ପତ୍ତି ଉପରେ ଯାଞ୍ଚ କରୁଛି।


COMMERCIAL BREAK
SCROLL TO CONTINUE READING

ଘଟଣାଅନୁଯାୟୀ, ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ। ତେବେ ତାଙ୍କର କାଗଜ ପତ୍ର କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଙ୍କର ପାତ୍ର ତାଙ୍କୁ ୫ ହଜାର ଟଂକା ଲାଞ୍ଚ ମାଗୁଥିଲେ। ଶିକ୍ଷକ ଶ୍ରୀ ବାଙ୍କିଆ ଟଙ୍କା ଦେଇପାରିବେ ନାହିଁ ବୋଲି ଗତ ୭ ମାସରୁ ତାଙ୍କୁ ଅନୁରୋଧ କରିଆସୁଛନ୍ତି। କିନ୍ତୁ ଜାଣିଶୁଣି କିରାଣୀ ଶ୍ରୀ ପାତ୍ର ତାଙ୍କ କାମ କରୁନଥିଲେ। ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ। ଶ୍ରୀ ବାଙ୍କିଆ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଥିଲେ। ନିଲମ୍ବିତ ଶିକ୍ଷକ ଶ୍ରୀ ବାଙ୍କିଆ ଶେଷରେ ମାଲାକନଗିରି ଭିଜିଲାନସ ବିଭାଗରେ କେଶ ରୁଜୁ କରିଥିଲେ। କେଶକୁ ଭିତ୍ତି କରି ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଏକ ଟିମ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା। କିରାଣୀ ଶ୍ରୀ ପାତ୍ର ଟଙ୍କା ନେଇ ତାଙ୍କ ପକେଟରେ ରଖିଥିଲେ। ଭିଜିଲାନ୍ସ ଟିମ ଚଢାଉ କରି ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ତାଙ୍କ ହାତ ଧୋଇଥିଲେ। ଶ୍ରୀ ପାତ୍ରଙ୍କ ହାତରୁ ରଙ୍ଗ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।