ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଏରିଅଲ୍‌ ସର୍ଭେ କାର୍ଯ୍ୟକ୍ରମ ସ୍ଥଗିତ। ପାଗ ଅନୁକୂଳ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ ସ୍ଥଗିତ। ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଜିଲ୍ଲା କରିଥାନ୍ତେ। ଏସଆରସି କାର୍ଯ୍ୟାଳୟରେ ବାତ୍ୟା ପରବର୍ତୀ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। ଆକାଶମାର୍ଗରୁ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ସ୍ଥିତି ଅନୁଧାନ କରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟକ୍ରମ ରହିଥିଲା। ବାତ୍ୟା ଯୋଗୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, ପୁରୀ ଓ କଟକ ଜିଲ୍ଲା ପ୍ରଭାବିତ ହୋଇଛି। ସମସ୍ତ ଅଞ୍ଚଳକୁ ଆକାଶମାର୍ଗରୁ ସମୀକ୍ଷା କରିଥାନ୍ତେ ମୁଖ୍ୟମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ସେପଟେ ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବୈଠକରେ ଉପ ମୁଖ୍ୟମନ୍ତ୍ରୀ କେଭି.ସିଂଦେଓ, ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ସଚିବ, ଡିସି, ଏସଆରସି, କୃଷି ସଚିବ ପ୍ରମୁଖ ଉପସ୍ଥିତ ରହିଛନ୍ତି।