ପୁରୀ: କାର୍ତ୍ତିକ ମାସ ଆରମ୍ଭରୁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ ଦେଖିବାକୁ ମିଳିଥିଲା । କିନ୍ତୁ ହବିଷ୍ୟାଳି ଶିବିରରେ ଅବ୍ୟବସ୍ଥାକୁ ନେଇ ଆଜି ଅନେକ ମହିଳା ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଅନେକ ମହିଳା ରାତିରେ ଖୋଲା ଆକାଶ ତଳେ ରହିଥିଲେ ଏବଂ ଆଜି ଦିନରେ ଖରାରେ ସିଝୁଥିଲେ । ଏହି ସମ୍ପର୍କରେ ଖବର ପ୍ରସାରଣ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ ଗସ୍ତରେ ଯାଇ ବୃନ୍ଦାବତୀ ଶିବିରରେ ପହଞ୍ଚି ମହିଳାଙ୍କ ସହ ଆଲୋଚନା କରିଥିଲେ । ହବିଷ୍ୟାଳିଙ୍କ ପାଇଁ ୨କୋଟି ୫୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

 



ଆଜି ହବିଷ୍ୟାଳିମାନେ ରହିବାକୁ ସ୍ଥାନ ଅଭାବ ଥିବା କାରଣରୁ ବୃନ୍ଦାବତୀ ନିବାସ ସାମ୍ନାରେ ଧାରଣାରେ ବସିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସମ୍ପର୍କରେ ଜାଣିବା ପରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଦୂରଦୂରାନ୍ତରୁ ଆସିଥିବା ହବିଷ୍ୟାଳିଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଷ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ହବିଷ୍ୟାଳିଙ୍କ ଭଲ ମନ୍ଦ ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ସୁବିଧା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।


ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ବୃନ୍ଦାବତୀ ନିବାସରେ ରହିବା ପାଇଁ ପଞ୍ଜିକରଣ ବ୍ୟବସ୍ଥା କରାଯାଇଥିଲା । ପୂର୍ବରୁ ଯେଉଁମାନେ ପଞ୍ଜିକରଣ କରିଥିଲେ ସେମାନଙ୍କୁ ହବିଷ୍ୟାଳି କେନ୍ଦ୍ରରେ ରଖାଯାଇଥିଲା କିନ୍ତୁ କିଛି ମହିଳା ବିନା ପଞ୍ଜିକରଣରେ ଆସିବା କାରଣରୁ ସମସ୍ୟା ହୋଇଥିଲା । 


Also Read- ଦୀପାବଳି ପାଇଁ ହେଇଥାନ୍ତା ମିଠା, ଖାଦ୍ୟ ସୁରକ୍ଷା ବିଭାଗ ଜବତ କଲା ୪୩୦ କେଜି ନକଲି ଖୁଆ !


Also Read- Jio Recharge: ଜିଓର ନୂଆ ପ୍ଲାନ୍, ମିଳିବ Unlimited 5G, ଜାଣନ୍ତୁ ମୂଲ୍ୟ