ଆଜିଠୁ ଚାଷୀଙ୍କୁ ମିଲିବ ବୋନସ୍; ବରଗଡ଼ ସୋହେଲା ଚାଷୀ ସମାବେଶରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
Cm mohan majhi: ଜିଲ୍ଲାର ୧୨ ହଜାରରୁ ଅଧିକ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରିବା ସହ ବିଭିନ୍ନ ଜିଲ୍ଲାରେ ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟ୍ରାନ୍ସଫର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ହେବାକୁ ଥିବା ସଭାରେ ୩୦ ହଜାରରୁ ଅଧିକ ଜନସାଧାରଣଙ୍କ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଭୁବନେଶ୍ଵର: ଆଜି ଚାଷୀଙ୍କୁ ମିଳିବ ଇନ୍ପୁଟ ସବ୍ସିଡି। ୨୩ ଶହ ଟଙ୍କା ଏମଏସପି ପାଇଥିବା ଚାଷୀଙ୍କୁ ମିଳିବ ସବ୍ସିଡି। ଇନ୍ପୁଟ ସବ୍ସିଡି ବାବଦକୁ ଆଉ ୮ଶହ ଟଙ୍କା ପାଇବେ ଚାଷୀ। ବରଗଡ଼ ସୋହେଲାରେ ଚାଷୀଙ୍କୁ ବୋନସ୍ ଦେବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ଘୋଷଣା ହୋଇଥିବା ବେଳେ ୨୩୦୦ ଟଙ୍କା ପାଇଥିଲେ ଚାଷୀ।
ତେବେ ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଇଚ୍ଛାପାଲି ପଡ଼ିଆରେ ଚାଷୀଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସର୍ବନିମ୍ନ ମୂଲ୍ୟ କ୍ଵିଣ୍ଟାଲ ପିଛା ୨୩ ଶହ ଟଙ୍କା ଓ ଇନପୁଟ ସହାୟତା ୮୦୦ ଟଙ୍କା ସହ ସମୁଦାୟ ୩୧ ଶହ ଟଙ୍କା ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ସମସ୍ତ ବିଧାୟକ ଯୋଗ ଦେବେ। ଏଥିରେ ଜିଲ୍ଲାର ବହୁ ଚାଷୀ ଓ ଜନସାଧାରଣ ମଧ୍ୟ ସାମିଲ ହେବ।
ମୁଖ୍ୟମନ୍ତ୍ରୀ ସକାଳ ସାଢେ ୧୧ଟାରେ ପହଞ୍ଚି ମଞ୍ଚରେ ଯୋଗ ଦେବାସହ ଜନ ସାଧାରଣଙ୍କୁ ଉଦବୋଧନ ଦେବେ। ଜିଲ୍ଲାର ୧୨ ହଜାରରୁ ଅଧିକ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରିବା ସହ ବିଭିନ୍ନ ଜିଲ୍ଲାରେ ଧାନ ବିକ୍ରି କରିଥିବା ସମସ୍ତ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ଟ୍ରାନ୍ସଫର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ହେବାକୁ ଥିବା ସଭାରେ ୩୦ ହଜାରରୁ ଅଧିକ ଜନସାଧାରଣଙ୍କ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।