ବିରଜା ହାଟରେ ପରିବା ଫିଙ୍ଗିବା ଘଟଣା; ମାମଲା ପ୍ରତ୍ୟାହାର କଲେ ଅଭିଯୋଗକାରୀ ବ୍ୟବସାୟୀ
Bhaba das arrest issue: ଆଜି ତାଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଥିଲା। ତେବେ ଦୁଇ ଦିନ ତଳେ ଭବ ପ୍ରସାଦଙ୍କ ନାଁରେ ମଦନ ଅଭିଯୋଗ କରିଥିଲେ। ମୁଁ ଭୁଲରେ ଏପରି କରିଦେଇଛି। ଆକ୍ରମଣ କରିବା ମୋ ଠୁ ପଇସା ନେବା କଥା ମୁଁ ମିଛ କହିଥିଲି ବୋଲି ମଦନ କହିଛନ୍ତି।
ଯାଜପୁର: ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ଦାସ ଗିରଫ ଘଟଣାରେ ଯାଜପୁର ଥାନାରୁ ଅଭିଯୋଗକୁ ପ୍ରତ୍ୟାହାର କଲେ ଅଭିଯୋଗକାରୀ ମଦନ ମୋହନ ନାୟକ। ମଦନଙ୍କ ଅଭିଯୋଗ ଆଧାରରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ଭବପ୍ରସାଦ ଦାସଙ୍କୁ ଉଠାଇ ନେଇ ଅଟକ ରଖିଥିଲା। ଆଜି ତାଙ୍କୁ ଗିରଫ କରି ପରେ କୋର୍ଟ ଚାଲାଣ କରିଥିଲା। ତେବେ ଦୁଇ ଦିନ ତଳେ ଭବ ପ୍ରସାଦଙ୍କ ନାଁରେ ମଦନ ଅଭିଯୋଗ କରିଥିଲେ। ମୁଁ ଭୁଲରେ ଏପରି କରିଦେଇଛି। ଆକ୍ରମଣ କରିବା ମୋ ଠୁ ପଇସା ନେବା କଥା ମୁଁ ମିଛ କହିଥିଲି ବୋଲି ମଦନ କହିଛନ୍ତି।
ସୂଚନା ଥାଉକି, ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହିତ ମାଡ ମରାଯାଇ ତାଙ୍କ ସୁନାଚେନ୍ ଛଡାଇ ନେଇଥିଲେ ବୋଲି ଅଭିଯୋଗ କରାଯାଇଛି। ବିଧାୟକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଅଙ୍ଗରକ୍ଷୀ (ପିଏସ୍ଓ) ଶକ୍ତିପ୍ରସାଦ ରାଉତ ଅଟକାଇବା ସମୟରେ ବିଜେଡିର ଅନେକ କର୍ମୀ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ବିଜେଡି ପକ୍ଷରୁ ଯାଜପୁର ଟାଉନ ଥାନା ଘେରାଉ କରି ଧର୍ମଶାଳା ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରିଥିଲେ। ଅପରପକ୍ଷେ ଭାଜପା ପକ୍ଷରୁ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ତାଙ୍କ ଭାଇ ଭବପ୍ରସାଦ ଦାସ (ଲଲ)ଙ୍କ ସମେତ ଆକ୍ରମଣ କରିଥିବା ବିଜେଡି କର୍ମୀଙ୍କୁ ଗିରଫ କରିବା ଦାବିରେ ଶତାଧିକ ଭାଜପା କର୍ମୀ ଯାଜପୁର ସଦର ଥାନାକୁ ଘେରାଉ କରିଥିଲେ।