Odisha Election 2024: (ଭୁବନେଶ୍ୱର) : ଭୁବନେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଦୀର୍ଘଦିନ ହେଲା ଯୋଗ ଦେଇ ଆସୁଛନ୍ତି। ଯିଏ ଯେତେବେଳେ ଡାକିଲା ସେ ହାଜର ହେଉଛନ୍ତି। ଏହାର ଅର୍ଥ ନୁହେଁ ଯେ ସେ ଅନ୍ୟ ଦଳ ବା କୌଣସି ପ୍ରାର୍ଥୀ ପାଇଁ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଖାଲି ସେତିକି ନୁହେଁ ଏଆଇସିସି ତାଙ୍କୁ ଯେଉଁ ଦଣ୍ଡ ଦେବେ ତାହାକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: Congress Candidate List: 'ଆମେ ସରକାର କରିବୁ, ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ'


କିଛିଦିନ ତଳେ ତାଙ୍କୁ ପୁଅ ମନ୍ମଥ ରାଉତରାୟଙ୍କ ସଭାରେ ଯୋଗ ଦେଇ ତାଙ୍କ ପାଇଁ ଭୋଟ୍ ମାଗୁଥିବା ଲକ୍ଷ୍ୟ କରାଯାଇଥିଲା। ଏହାକୁ ନେଇ କଂଗ୍ରେସ ଉତକ୍ଷିପ୍ତ ହୋଇଥିଲା। ଏହାକୁ ଭିତ୍ତି କରି ଏହି ବରିଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ପ୍ରଦେଶ କଂଗ୍ରେସ। ଆଜି ସେ ତାର ଉତ୍ତର ରଖିଛନ୍ତି। ସୁର କହିଛନ୍ତି, ‘ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ ଯାଇନାହିଁ । ଦୀର୍ଘ ବର୍ଷ ଧରି ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସାମାଜିକ କାର୍ଯ୍ଯକ୍ରମରେ ସାମିଲ ଅଛି । ଆଜି ବି ଯାଉଛି’ 


‘‘ମୋ ସାନ ପୁଅ ବିଜେଡିର ଭୁବନେଶ୍ଵର ଲୋକସଭା ପ୍ରାର୍ଥୀ ହୋଇଛି ।  ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହିଁ । ଏପରିକି ପୁଅ ପାଇଁ ମଧ୍ୟ ପ୍ରଚାର କରିନାହିଁ । ଏଆଇସିସି ଓ ପିସିସି ଯେଉଁ ଦଣ୍ଡ ଦେବେ ତା’ହା ଗ୍ରହଣ କରିବି’ ବୋଲି କହିଛନ୍ତି ସୁର ।


ସାନପୁଅ ମନ୍ମଥ ବିଜେଡିରୁ ପ୍ରାର୍ଥୀ ହେବା ତାଙ୍କୁ ବହୁତ ଦୁଃଖ ଦେଇଛି ବୋଲି ସୁର ଗଣମାଧ୍ୟମକୁ କହିଥିଲେ। ତାଙ୍କ ପାଇଁ ସେ ଭୋଟ ଭାଙ୍ଗିବେ ବୋଲି କହିଥିଲେ। ସେ କଂଗ୍ରେସରୁ ଲଢ଼ନ୍ତୁ ବୋଲି ସୁର ବାରମ୍ବାର କହିଥିଲେ।  ହେଲେ, ମନ୍ମଥ ପ୍ରାର୍ଥୀ ହେଲା ପରେ ସୁର ବଦଳିଯାଇଥିବା ଲକ୍ଷ୍ୟ କରାଯାଉଛି। ଗୋଟିଏ ପଟେ ପୁତ୍ର ମୋହ ଆଉ ଗୋଟିଏ ପଟେ ପାର୍ଟିର ଅସଜଡ଼ା ଭବିଷ୍ୟତକୁ ନେଇ ଛନ୍ଦି ହୋଇଥିବା ପରି ଜଣାପଡ଼ୁଛନ୍ତି ସୁର। ହେଲେ ଜଣେ ପୁରୁଖା ଓ ଅଭିଜ୍ଞ ରାଜନେତା ଭାବେ ସେ  ଜାଣିଛନ୍ତି ଯେ ପାର୍ଟିରୁ ତାଙ୍କ ଇସ୍ତଫା ଅପେକ୍ଷା ନିଲମ୍ବନ ତାଙ୍କୁ ଅଧିକ ସ୍ୱାଚ୍ଛନ୍ଦ୍ୟ ଦେବ। ସେଥିଲାଗି ସେ ଜାଣି ଶୁଣି ଏଭଳି କାର୍ଯ୍ୟ କରୁଥିବା ଚର୍ଚ୍ଚା ହେଉଛି।