Odisha Election 2024: ଜଟଣୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି। ତାଙ୍କ ଯୋଗଦାନ ଲାଗି ଶଙ୍ଖ ଭବନରେ ଏକ ଉତ୍ସବ ଆୟୋଜନ ହୋଇଥିଲା, ଯେଉଁଥିରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। 
ବାପାଙ୍କ ବିରୋଧ ସତ୍ତ୍ୱ ସେ ବିଜେଡିରେ ସାମିଲ୍‍ ହୋଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ‘ତାଙ୍କ ବାପାଙ୍କ (ସୁର ରାଉତରାୟ) ମନ ଦୁଃଖ ଥିବ। କିନ୍ତୁ  ସେ ଓଡିଶା ଓ ଜଟଣୀ ବିକାଶ ଚାହାନ୍ତି। ତେଣୁ ଆମକୁ ତ୍ୟାଗ କରିବାକୁ ହେବ’। ବାପାଙ୍କ ମାଡି ଚାଲ ଟ୍ରେଡମାର୍କ। ଏହାର ଅର୍ଥ ଥକିବାନି, ଆଗକୁ ଯିବା। ସମାଜକୁ ସୁଧାରିବାକୁ ଆଗେଇବାକୁ ହେବ, ମୁଁ ମୋ ବାପାଙ୍କ ଆଶୀର୍ବାଦ ନେଇକି ଆସିଛି। ମୁଁ ତାଙ୍କ ଅନୁମତିରୁ ଆସିଛି ବୋଲି କହିଛନ୍ତି ମନ୍ମଥ।



COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି। କାର୍ତ୍ତିକ ପାଣ୍ଡିଆନଙ୍କ କାମର ଶୈଳୀ ମତେ ବହୁତ ପସନ୍ଦ ବୋଲି କହିବା ସହ ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ତଥା ବିଜୁ ପରିବାରକୁ ସେ ପ୍ରଶଂସା କରିଥିଲେ।  ତାଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ ବୋଲି କହିଛନ୍ତି ଶ୍ରୀ ମଙ୍ଗରାଜ।  
ମନ୍ମଥଙ୍କ ସହ ସସ୍ମିତା ଗୁମାନସିଂ, ବିଜୟ ମହାନ୍ତି, ଜ୍ୟୋତିର୍ମୟୀ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର, ମନ୍ମଥ ଜେନା, ପ୍ରଶାନ୍ତ ପଟ୍ଟନାୟକ, ଦୁଃଶାସନ ସ୍ୱାଇଁ, ସୁଧାଂଶୁ ବଡ଼ଜେନା, ସୁରେନ୍ଦ୍ର ଜଗଦେବ, ଚନ୍ଦ୍ରଶେଖର ଗୁମାନସିଂ, ଭବାନୀ ଭଞ୍ଜ, ସୁବ୍ରତ ରଣା, ଆଶିଷ ବେହେରା, ବ୍ରଜ ବଡ଼ଜେନା, ପଦ୍ମ ଚରଣ ପ୍ରଧାନ, ଭୁସେନ ରାଏ, ବୃନ୍ଦାବନ ସାହୁ, ଜିତେନ୍ଦ୍ର ରଥ, ସୀତା ରାୟତ, ଇତିଶ ପାହାଡ଼ସିଂ, ସଂକେତ ପାଟଶାଣୀଙ୍କ ସମେତ ପ୍ରାୟ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି। 
ମନ୍ମଥ ଜଟଣୀରୁ ବିଧାୟକ ପ୍ର୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।