Odisha News: କଂଗ୍ରେସ ଭବନ ସାମ୍ନାରେ ମଙ୍ଗଳବାର ଗଣ୍ତଗୋଳ ଘଟଣା ନେଇ  କଂଗ୍ରେସ୍ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।  ଆଜି  କଂଗ୍ରେସ୍ କର୍ମୀ  କମିଶନରେଟ୍ ପୋଲିସ କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଉଛି। ଏନେଇ ଛାତ୍ରକଂଗ୍ରେସ୍ ସଭାପତି ୟାସିର୍ ନଓ୍ବାଜ୍  କହିଛନ୍ତି।  ଏଯାଏଁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ତେଣୁ ଛାତ୍ର କଂଗ୍ରେସ୍ ତରଫରୁ ଆଜି ପ୍ରତିବାଦ କରାଯିବ।  


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ରାଶିର ଲୋକଙ୍କ ପାଇଁ ଅଶୁଭ ରହିବ ଆଜିର ଦିନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?


ALSO READ: Weather Update: ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ


ସେପଟେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀ ପତି କହିଛନ୍ତି ଦୋଶୀଙ୍କୁ ଗିରଫ ନ କଲା ଗଲେ ଆମେ ବିଜେପି ଅଫିସରେ ପଶିବୁ। ଶାସନକୁ ଆସୁ ଆସୁ ବିଜେପି ଗଣତନ୍ତ୍ରକୁ ହତ୍ୟା କରିଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ସବୁ ଅଫିସ୍ ଘେରାଉ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ସଂନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା କଂଗ୍ରେସ୍ ଭବନ ଆଗରେ ବିଜେପି  ଓ କଂଗ୍ରେସ ଯୁବ ଓ ଛାତ୍ରକର୍ମୀ ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟ ପକ୍ଷରୁ ଢେଲାପଥର ମାଡ଼ସହ ଗୋବର ମାଡ଼ ହୋଇଥିଲା।