Crime News: ଯାଜପୁର ପାଣିକୋଇଲିରେ ଆତଙ୍କରାଜ, ୨ଜଣଙ୍କ ମୃତ୍ୟୁ
ଆଜି ଦିନ ଦ୍ବିପ୍ରହରରେ ପାଣିକୋଇଲି ବଜାର ନିକଟରେ ଥିବା ପଣ୍ଡା ଅଳଙ୍କାର ସାମ୍ନାରେ ଏପରି ଅଘଟଣ ଘଟିଛି । ଲୁଟ୍ କରିବାକୁ ଉଦ୍ୟମ କରି ଗୁଳି ଚଲାଇଥିଲେ ୪ରୁ ୫ ଜଣ ଦୁର୍ବୃତ୍ତ। ଫଳରେ ଜୁଏଲାରୀ ଦୋକାନର ଜଣେ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କ ଦେହରେ ଗୁଳି ବାଜିଥିଲା ।
Crime News: ଯାଜପୁର ପାଣିକୋଇଲିରେ ଥିବା ଏକ ଜୁଏରାଲୀ ଦୋକାନରୁ ଲୁଟ୍ ସମୟରେ ଫୁଟିଛି ଗୁଳି । ଫିଲ୍ମ ଷ୍ଟାଇଲରେ ସଶସ୍ତ୍ର ଡକାୟତି କରିବା ସମୟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
ଖବର ମୁତାବକ, ଆଜି ଦିନ ଦ୍ବିପ୍ରହରରେ ପାଣିକୋଇଲି ବଜାର ନିକଟରେ ଥିବା ପଣ୍ଡା ଅଳଙ୍କାର ସାମ୍ନାରେ ଏପରି ଅଘଟଣ ଘଟିଛି । ଲୁଟ୍ କରିବାକୁ ଉଦ୍ୟମ କରି ଗୁଳି ଚଲାଇଥିଲେ ୪ରୁ ୫ ଜଣ ଦୁର୍ବୃତ୍ତ। ଫଳରେ ଜୁଏଲାରୀ ଦୋକାନର ଜଣେ କର୍ମଚାରୀ ଓ ଜଣେ ସାଧାରଣ ଲୋକଙ୍କ ଦେହରେ ଗୁଳି ବାଜିଥିଲା । ତେବେ ଜଣେ ସ୍ଥାନୀୟ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ଲୁଟେରା ତାଙ୍କ ବାଇକକୁ କାବୁ କରି ଫେରାର ହେବାକୁ ଚେଷ୍ଟା କରୁଥିଲେ । ଅନ୍ୟ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସମୟରେ ୨ ଜଣକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି ସ୍ଥାନୀୟ ଲୋକେ । କାବୁ କରିବା ପରେ ଉକ୍ତ ଲୁଟେରାଙ୍କୁ ପ୍ରବଳ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଲୁଟେରାକୁ ଗିରଫ କରିଛି ପୋଲିସ ।
ଗୁଳିକାଣ୍ଡ ସମୟରେ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଜଣକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକମାନଙ୍କ ମଧ୍ୟରେ ରହିଛନ୍ତି ଗହଣା ଦୋକାନ କର୍ମଚାରୀ ସୁନୀଲ ରାୟ ଏବଂ ନୀଳମାଧବ ପଣ୍ଡା । ଯାଜପୁରରେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ ନୀଳମାଧବ । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଗୁଡିକୁ ଯାଞ୍ଚ କରାଯାଉଛି । ଏକ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ଘଟଣାସ୍ଥଳରେ ଘଟିଥିବା ପୂରା ଘଟଣା ରେକର୍ଡ ହୋଇରହିଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି ଯେ,ରାସ୍ତା ପାର୍ଶ୍ୱରେ କିଛି ବ୍ୟକ୍ତି ଗୁଳିକାଣ୍ଡ ସମୟରେ ଭୟ କରି ଦୂରକୁ ଚାଲିଯାଉଛନ୍ତି । ଗୁଳିକାଣ୍ଡ ପରେ କିଛି ଲୋକ ଦୌଡାଦୌଡି ହୋଇ ଘଟଣାସ୍ଥଳକୁ ଆସୁଛନ୍ତି । ସେହି ସମୟରେ ଜାତୀୟ ରାଜପଥ ନମ୍ୱର ୧୬ ନିକଟରେ ଅନ୍ୟ ଗାଡି ଗୁ଼ଡିକ ଯିବା ଆସିବା କରୁଥିବା ମଧ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇ ରହିଛି । ଅନ୍ୟପଟେ ଧରା ପଡିଥିବା ଲୁଟେରାଙ୍କୁ ପଚରା ଉଚରା କରି ପୋଲିସ ଅନ୍ୟ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହେବ ବୋଲି ସ୍ଥାନୀୟ ଲୋକେ ଆଶାବାଦୀ ଅଛନ୍ତି । ଯାଜପୁର ପରି ଶାନ୍ତିପ୍ରିୟ ସ୍ଥାନରେ ଦିନ ଦ୍ୱିପହରରେ ଏପରି ଆତଙ୍କରାଜ ଆଜି ଲୋକଙ୍କ ଛାତି ଥରାଇଦେଇଛି ।
Also Read- Indian Railway: କୁହୁଡି କାରଣରୁ ୩୯ଟି ଟ୍ରେନ ବିଳମ୍ୱ, ବିମାନ ସେବା ପ୍ରଭାବିତ
Also Read- Saptahik Rashifal: ୨୦୨୫ର ଦ୍ୱିତୀୟ ସପ୍ତାହରେ କେମିତି କଟିବ ଦିନ ? ପଢ଼ନ୍ତୁ ୧୨ଟି ରାଶିର ଭାଗ୍ୟଫଳ