Metro Project: ଭୁବନେଶ୍ବରରେ ଗଡି଼ବାକୁ ଥିବା ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ( Biju Patnaik International Airport) ନିକଟରୁ ବାହାରି କଟକ ତ୍ରିଶୁଳିଆ ଛକ ( Cuttack Trisulia Chhaka) ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାପଡିଛି। ଟ୍ୱିନ ସିଟିରେ ଗଡିବାକୁ ଥିବା ମେଟ୍ରୋ ୭୬୫ ଯାତ୍ରୀଙ୍କୁ ଧରି ଗଡିବ। ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି ସୂଚନା ମିଳିଛି। ଏଥି ସହ ଆଗକୁ ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ବଢ଼ାଯିବ କୋଚ୍ ସଂଖ୍ୟା।


COMMERCIAL BREAK
SCROLL TO CONTINUE READING

ମେଟ୍ରୋ ଟ୍ରେନ୍ ଘଣ୍ଟାପ୍ରତି ବେଗ ୮୫ କିମି ଚାଲିବ। ଏହି ମେଟ୍ରୋ ଟ୍ରେନରେ ଅଟୋମେଟିକ୍ କଣ୍ଟ୍ରୋଲ(Automatic Control) ବ୍ୟବସ୍ଥା କରାଯିବ ।ଖାସ୍ କରି ଭୁବନେଶ୍ବରରେ ଥିବା ଶିଶୁ ଭବନ ଛକ, କ୍ୟାପିଟାଲ ହସ୍ପିଟାଲ, ରାମ ମନ୍ଦିର ଛକ, ବାପୁଜୀ ନଗର,ବାଣୀବିହାର, ଭୁବନେଶ୍ୱର ରେଳ ଷ୍ଟେସନ,  ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ଜାଭିୟର ଛକ, ରେଳ ସଦନ, ଡମଣା ଛକ, ପଟିଆ ଛକ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟନ ଆଦି ସ୍ଥାନରେ ମେଟ୍ରୋ ଟ୍ରେନ୍ ରହିବ  ।


ଜାନୁଆରୀ ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବା ନେଇ ସୂଚନା ଦିଆଯାଇଛି । ରାଜ୍ୟ ସରକାର ନିଜସ୍ବ ପାଣ୍ଠିରେ ୫ ହଜାର ୯୨୯ କୋଟି ଟଙ୍କା ବ୍ୟୟକରି ମେଟ୍ରୋ ପ୍ରକଳ୍ପ(Metro Project) ପାଇଁ ନିଷ୍ପତ୍ତି ନିଆଯାଇଛି ।


ନିକଟରେ,  ମେଟ୍ରୋ ପ୍ରକଳ୍ପ (Metro Project) ପାଇଁ ଡିପିଆରକୁ (DPR) ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha Chief Minister  Naveen Patnaik)। ଏ-ନେଇ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି। ତେବେ, ମିଳିଥିବା ସୂଚନା ଆଧାରରେ ‘ଟର୍ଣ୍ଣ କି’ ଆଧାରରେ ଏହି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଯୋଗ୍ୟ ସଂସ୍ଥା  ଟେଣ୍ତର ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ (ବିଏମଆରସି) ନିର୍ଦ୍ଦେଶନାମା ଜାରି କରିଛି। ଏନେଇ ଆସନ୍ତାମାସ ୧୮ ତାରିଖରେ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନର ପ୍ରଥମ ବୋର୍ଡ଼ ମିଟିଂ ବସିବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହେବ ବୋଲି ଜଣାପଡି଼ଛି। ପରିବହନ ସଚିବ,ଅର୍ଥ ସଚିବ, ନଗର ଉନ୍ନୟନ ବିଭାଗ ସଚିବ, ପୂର୍ତ୍ତ ସଚିବ ଓ ବିଏମଆରସିର ଅଧ୍ୟକ୍ଷ ସଦସ୍ୟ ରହିଛନ୍ତି।


Also Read: Metro Project: ୪ ବର୍ଷ ୨୦ ଷ୍ଟେସନ, 'ଶୁଭିବ ଯାତ୍ରୀଗଣ ଦୟା କରି ଧ୍ୟାନ ଦିଅନ୍ତୁ'