Cuttack Durga Puja: କଟକ ଦଶହରା ବୁଲିବାକୁ ଯାଉଛନ୍ତି କି? ଫଲୋ କରନ୍ତୁ ଏହି ଟ୍ରାଫିକ୍ ମ୍ୟାପ୍

Cuttack Durga Puja: କଟକରେ ସୁନା ଚାନ୍ଦି ମେଢ଼ ଦେଖିବାକୁ ଆଜିଠାରୁ କଟକ ସହରରେ ଜମିବ ଭିଡ଼ । ଯଦି, ଆପଣ କଟକ ଦଶହରା ବୁଲିବାକୁ ଯାଉଛନ୍ତି। ତେବେ, ଆପଣ କଟକ ଡିସିପିଙ୍କ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ୍ ମ୍ୟାପ୍ (traffic map)କୁ ଆଧାର କରି ଦଶହାର ବୁଲି ପାରିବେ (Cuttack Durga Puja Traffic Map)। ପଢନ୍ତୁ ପୂରା ରିପୋର୍ଟ...
Cuttack Durga Puja: ଧରାରେ ଅବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା (Durga Puja)। ଏନେଇ ଉତ୍ସବ ମୁଖର ହୋଇପଡି଼ଛି କଟକ ସହର। ଆଜି ଶକ୍ତି ପୀଠରେ ଗୁଡିକରେ ମାଆଙ୍କର ଅଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ତପ ଗୁଡିକରେ ସପ୍ତମୀ ପୂଜା ଚାଲିଛି। କଟକରେ ସୁନା ଚାନ୍ଦି ମେଢ଼ ଦେଖିବାକୁ ଆଜିଠାରୁ କଟକ ସହରରେ ଜମିବ ଭିଡ଼ । ପୂଜା ଠାରୁ ଆରମ୍ଭ କରି ଭସାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ କଟକ କମିଶନରେଟ ପୋଲିସ ବ୍ୟାପକ ପ୍ରସ୍ତୁତି କରିଛି ।
ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ କଟକ ସହରରେ ମୋଟ ୫୫ ପ୍ଲାଟୁନ ପୋଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ କନେଷ୍ଟେବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ ରୁ ଉର୍ଦ୍ଧ ଇନିସପେକଟର, ୩୪ ଜଣ ଡିଏସପି, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ଏହା ସହିତ ୬ ଶହ ସିସିଟିଭି ଲାଗିଛି। ଏହା ବ୍ୟତୀତ ସହରର ୩୨ ଟି ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ କରାଯାଇଛି। ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୋଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର।
ସେହିପରି ଗମନାଗମନ ପାଇଁ କିଛି ରୁଟରେ ବନ୍ଦ କରାଯାଇଥିବା ବେଳେ ଆଉ କିଛି ରୁଟର ଗତିପଥ ପରିବର୍ତ୍ତନ କରାଯାଇଛି। ଏନେଇ କଟକ ଡିସିପି (DCP CUTTACK)ଙ୍କ ପକ୍ଷରୁ ଏକ ଟ୍ବିଟ୍ କରାଯାଇଛି। ଯଦି, ଆପଣ କଟକ ଦଶହରା ବୁଲିବାକୁ ଯାଉଛନ୍ତି। ତେବେ, ଆପଣ କଟକ ଡିସିପିଙ୍କ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ୍ ମ୍ୟାପ୍ (traffic map)କୁ ଆଧାର କରି ଦଶହାର ବୁଲି ପାରିବେ (Cuttack Durga Puja Traffic Map)।