ଭଦ୍ରକ: ଭଦ୍ରକ କେନ୍ଦୁଆପଦା ରେଲୱେ ଷ୍ଟେସନର ରେଳ ଧାରଣାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି। ମୃତକ ସାବରଙ୍ଗ ଥାନା ଅଧିନ କେଦାରପୁର ପଞ୍ଚାୟତ ଶେରପୁର ଗ୍ରାମର ଲଲାଟେନ୍ଦୁ ବାରିକ। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। 


COMMERCIAL BREAK
SCROLL TO CONTINUE READING

ତେବେ ଲଲାଟେନ୍ଦୁ ୟୁନିୟନ ବ୍ୟାଙ୍କରେ କାର୍ଯ୍ୟରତ ଥିଲେ। ଗୁରୁବାର ସନ୍ଧ୍ୟାରେ ସେ ବ୍ୟାଙ୍କରୁ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଏକ ରେଳ ଧାରଣାରୁ ଲଲାଟେନ୍ଦୁଙ୍କର ସ୍କୁଟି ଠାବ କରିଥିଲେ।ଏହାପରେ ରେଳ ଧାରଣାରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରିବାର ତୁରନ୍ତ ଏ ନେଇ ପୁଲିସକୁ ଖବର ଦେଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।