ଭୁବନେଶ୍ଵର: ଭିଜିଲାନସ ଜାଲରେ ଓଡିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି। ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନସ। ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ଉ। 


COMMERCIAL BREAK
SCROLL TO CONTINUE READING

ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।


ଭିଜିଲାନ୍ସ ଟିମ୍ ଭୁବନେଶ୍ବର ଦୁଇଟି ଓ ବ୍ରହ୍ମପୁରର ଦୁଇଟି ସ୍ଥାନରେ ଚଢ଼ାଉ କରି ଖୋଳତାଡ଼ କରୁଛି।ଆଇଗିଣିଆରେ ଥିବା ବାସଭବନ, ମଞ୍ଚେଶ୍ବର ବରିମୁଣ୍ଡ ପୈତୃକ ଘରେ ଚଢ଼ାଉ କରାଯାଉଛି। ସେହିପରି ବ୍ରହ୍ମପୁର ଖାରବେଳନଗରରେ ଥିବା ଭଡ଼ା ଘର ଓ ବିଏନ୍ପୁରରେ ଥିବା କାର୍ଯ୍ୟାଳୟରେ ବି ପହଞ୍ଚି ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୫ ଜଣ ଡିଏପି, ୭ ଜଣ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମକାରୀ ସାମିଲ ହୋଇଛନ୍ତି।