ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦କୋର୍ଟ ଚାଲାଣ
Dharmasala mla attack case : ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଘଟଣା ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି ଏବଂ ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଚଢ଼ଉ ଚାଲିଛି। ଶ୍ରୀ ଖୁରାନିଆ ଆହୁରି କହିଥିଲେ, ବିଧାୟକଙ୍କ ପିଏସ୍ୱ ରହିଥିଲେ ହେଁ, କାହିଁକି ସେ ସୁରକ୍ଷା ଦେବାରେ ବିଫଳ ହେଲେ ସେ ନେଇ ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି। ଯାଜପୁରରେ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର କ୍ୟାମ୍ପ କରିଥିବା ଡିଜିପି କହିଥିଲେ।
ଯାଜପୁର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଗତକାଲି ସନ୍ଧ୍ୟାରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଯାଜପୁର ସଦର ଥାନା ପୁଲିସ ୧୦ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ସଦର ଥାନା କେସ୍ ନମ୍ବର ୩୩୦/୨୪ରେ ଅଭିଯୁକ୍ତମାନଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେମାନେ ହେଲେ ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ଭାଗବତପୁର ଗ୍ରାମର ସରୋଜ ଦାସ (୪୭), ଶିତଳେଶ୍ଵର ଗ୍ରାମର ଶ୍ରୀହରି ମହାପାତ୍ର (୨୮), ମୋଟରଙ୍ଗାପାଳ ଗ୍ରାମର ଗଣେଶ ଜେନା (୨୮), ଲଳିତେଶ୍ଵର ଅଞ୍ଚଳର ଦେବଦତ୍ତ ଦାସ (୪୮), ବୈଦ୍ୟରାଜପୁର ଗ୍ରାମର ସବ୍ୟସାଚୀ ରାଉତରାୟ (୪୨), ମଇଦପୁର ଗ୍ରାମର ଜଗନ୍ନାଥ ବାରିକ (୪୫), ସିମିଳିଆ ଗ୍ରାମର ମୁକ୍ତିକାନ୍ତ ନାୟକ (୩୪), ଓଲେଇପଡ଼ା ଗ୍ରାମର ବିଜୟ ଧଳ (୬୮), ଶ୍ୟାମଦାସପୁର ଗ୍ରାମର ସୁନିଲ ସିଂହ (୩୩) ଓ ସାନସହିପୁର ଗ୍ରାମର ଦିଲ୍ଲୀପ ଜେନା (୫୧)। ଅଭିଯୁକ୍ତ ମାନେ ବିଧାୟକଙ୍କୁ ଆକ୍ରମଣ ଓ ପରେ ଏହାକୁ ନେଇ ହୋଇଥିବା ଗଣ୍ଡଗୋଳରେ ସମ୍ପୃକ୍ତ ଥିଲେ। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଅନ୍ୟପଟେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଯାଜପୁର କୁଆଖିଆ ରାସ୍ତାର ବୁଢ଼ାଘାଟଠାରେ ଆକ୍ରମଣ ଘଟଣାରେ ଡିଜିପି ୱାଇବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି ଛି । ଡିଜିପି କହିଛନ୍ତି, ଏହି ଘଟଣାରେ ଯେଉଁମାନେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଘଟଣା ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିଛି ଏବଂ ଭିଡିଓ ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଚଢ଼ଉ ଚାଲିଛି। ଶ୍ରୀ ଖୁରାନିଆ ଆହୁରି କହିଥିଲେ, ବିଧାୟକଙ୍କ ପିଏସ୍ୱ ରହିଥିଲେ ହେଁ, କାହିଁକି ସେ ସୁରକ୍ଷା ଦେବାରେ ବିଫଳ ହେଲେ ସେ ନେଇ ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି। ଯାଜପୁରରେ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର କ୍ୟାମ୍ପ କରିଥିବା ଡିଜିପି କହିଥିଲେ।