Puri News: ଜନ୍ମାଷ୍ଟମୀ ପରଦିନଠାରୁ ଆରମ୍ଭ ହୋଇଥିବା କୃଷ୍ଣ ଲୀଳାର ଅନନ୍ୟ ପର୍ବ କ୍ରମରେ ଆଜି ଶ୍ରୀମନ୍ଦିରର ଅନୁଷ୍ଠିତ ହେବ ଦିବାଗ୍ନି ରାକ୍ଷାସ ବଧ। ଏହିକ୍ରମରେ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ କୃଷ୍ଣ ବଳରାମ ଭାବେ ସଜ୍ଜିତ କରାଯିବ। ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଭାବେ ପରିଚିତ ରାମ କୃଷ୍ଣଙ୍କୁ ଦକ୍ଷିଣି ଘରୁ ନାଟ ମଣ୍ଡପକୁ ଅଣାଯିବ। ଆଉ ସେଠାରେ ମାଟିମଣ୍ଡପ ସାହି ଆଖଡ଼ାଙ୍କ ଦ୍ୱାରା ପାରମ୍ପରିକ ଭାବେ ଦିବାଗ୍ନି ରାଧାସ ବଧ ନୀତି ଅନୁଷ୍ଠିତ ହେବ। 

ନାଟମଣ୍ଡପରେ ଏଥିନେଇ ବିଶେଷ ଆୟୋଜନ ରହିଛି। 

 


 

ଏଠାରେ ପୂର୍ବରୁ ଖଟଶେଜକୁ ବିଶେଷ ଭାବେ ସଜ୍ଜା ଯିବ। ଏଠାରେ ରାମକୃଷ୍ଣ ବିଜେ କରିବେ। ବିଜେ କରିବା ପରେ ଆଜି ଅନୁଷ୍ଠିତ ହେବ ଏହି ଦିବ୍ୟ ଲୀଳାର ଏକ କାହାଣୀ। ଏହି ଅନନ୍ୟ ପରମ୍ପରା କ୍ରମେ ଯାହା ବି ନୀତି ପାଳନ ହେବ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞା ହିଁ ସର୍ବାଗ୍ରେ ରହିବ। ଅର୍ଥାତ୍‍ ଏଠାରେ ଉଭୟ ଭଗବାନ ଓ ରାକ୍ଷାସ ପ୍ରଭୁଙ୍କ ଆଜ୍ଞାମାଳ ଗ୍ରହଣ କରିବା ପରେ ହିଁ ଯୁଦ୍ଧ ଅନୁଷ୍ଠିତ ହେବ। 

 

ବିଧିକ୍ରମେ ଆଜ୍ଞାମାଳ ପାଇବା ପରେ ରାମ କୃଷ୍ଣଙ୍କୁ ଦକ୍ଷିଣୀଘରୁ ନିଆଯାଇ ପୂର୍ବରୁ ନାଟ ମଣ୍ଡପରେ ଥିବା ଖଟଶେଜ ଉପରେ ଦୁଇ ପ୍ରତିମାଙ୍କୁ ବିରାଜମାନ କରାଯିବ।  ସେଠାରେ ଧୂପ, ଦୀପ ନୈବେଦ୍ୟ ନୀତି ଅନୁଷ୍ଠିତ ହେବ।  ଏହାପରେ ମାଟିମଣ୍ଡପ ସାହି ଆଖଡ଼ା ପାରମ୍ପରିକ ଭାବେ ଦିବାଗ୍ନି  ରାକ୍ଷାସକୁ ଉପସ୍ଥାପନ କରିବେ। ଦିବାଗ୍ନି ରାକ୍ଷାସ ପ୍ରଭୁଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ ପ୍ରାପ୍ତି ହେବା ପରେ ଯୁଦ୍ଧ ହେବ। ଏହି ଯୁଦ୍ଧ ଶେଷରେ ରାକ୍ଷାସ ଦିବାଗ୍ନି ପରାସ୍ତ ହେବ ଏବଂ ନୀତି ସମାପ୍ତି ହେବ। ଗତକାଲି ମହାପ୍ରଭୁଙ୍କର ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ସନ୍ଧ୍ୟାଧୂପ ନୀତି ପରେ ବସ୍ତ୍ରହରଣ ନୀତି ଅନୁଷ୍ଠିତ ହୋଇଥିଲା।ଏହା ପରେ ଚନ୍ଦନ ଲାଗି ନୀତି ଶେଷ ପରେ ବଡ଼ସିଂହାର ବେଶ ଓ ଭୋଗ ହେବା ସହ ରାତ୍ର ପହୁଡ଼ ହୋଇଥିଲା।