ଯାଜପୁର: ଆଜି NMMS ପରୀକ୍ଷା ପାଇଁ ରାଜ୍ୟରେ ବିଭିନ୍ନ ପରୀକ୍ଷା ହଲ ଗୁଡିକ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ଯାଜପୁର ପାଣିକୋଇଲି ସରକାରୀ ହାଇସ୍କୁଲରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ପ୍ରଶ୍ନପତ୍ର ଜନିତ ତୃଟି କାରଣରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ସାମ୍ନାରେ ହୋହଲ୍ଲା କରିଥିଲେ । ଅଭିଯୋଗ ହୋଇଥିଲା ଯେ, ପ୍ରଥମ ସିଫ୍ଟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଯେଉଁ ପ୍ରଶ୍ନପତ୍ର ଦିଆଯାଇଥିଲା ଦ୍ୱିତୀୟ ସିଫ୍ଟରେ ମଧ୍ୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ସମାନ ପ୍ରଶ୍ନ ଦିଆଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ପ୍ରଶ୍ନପତ୍ର ସମ୍ପର୍କରେ ଜଣାପଡିବା ପରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରୀକ୍ଷାର୍ଥୀ ହୋହଲ୍ଲା କରିବା କାରଣରୁ ସେମାନଙ୍କୁ ହଲ୍ ଭିତରେ ଅଟକ ରଖାଯାଇଥିଲା । ପରେ ସେମାନଙ୍କୁ ନୂଆ ପ୍ରଶ୍ନପତ୍ର ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ କର୍ତ୍ତୁପକ୍ଷ ।


ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ଅଭିଭାବକମାନେ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ବଡ଼ ଅଘଟଣ ଆଶଙ୍କା ଥିବାରୁ ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚିଥିଲା । କୋରେଇ ବିଡିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରୀକ୍ଷାର୍ଥୀଙ୍କ ସମେତ ସେମାନଙ୍କ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ ।


Also Read- ଅଧିକାରୀ ହୋଇ ପ୍ରତିଶୋଧ ନେଲେ ଝିଅ ! ୩୧ ବର୍ଷ ପରେ ପାଇଲେ ନ୍ୟାୟ, ପିତାଙ୍କୁ କରାଯାଇଥିଲା ହତ୍ୟା


Also Read- Bollywood News: କୋରିଓଗ୍ରାଫର ମୁଦାସର ଖାନଙ୍କ ବିବାହ ଉତ୍ସବରେ ବଲିଉଡ୍ ଭାଇଜାନ୍, ଭିଡିଓ ଭାଇରାଲ


Also Read- ନୂଆ ଜୀବନ ପାଇଲା ଦନ୍ତାହାତୀ, ଉଦ୍ଧାରକଲା ବନ ବିଭାଗ