କଳାହାଣ୍ଡି: ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ (ଗାଇନିକ)ଡାକ୍ତର ଅଶୋକ ଦାସ। ପ୍ରସବ ପାଇଁ ଆସିଥିବା ଜଣେ ମହିଳାଙ୍କ ସ୍ଵାମୀଙ୍କଠାରୁ ୬ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି। କଳାହାଣ୍ଡି ଭିଜିଲାନ୍ସ ବିଭାଗ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି। ଡାକ୍ତରଙ୍କ କ୍ବାର୍ଟର୍ସ ସହ ତାଙ୍କ ଚାମ୍ବରରେ ଭିଜିଲାନ୍ସ ରେଡ୍ ଚାଲିଛି।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଭିଜିଲାନସ ଜାଲରେ ଓଡିଶା ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନ ଡିଜିଏମ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଓ ବ୍ରହ୍ମପୁରର ଏକକାଳୀନ ୪ଟି ସ୍ଥାନରେ ଚଢଉ କରାଯାଇଛି। ବ୍ରହ୍ମପୁର ଡିଭିଜନ ଡିଜିଏମ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଆୟ ବର୍ହିଭୁତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନସ। ଭୁବନେଶ୍ୱର ଓ ବ୍ରହ୍ମପୁରର ଚାରୋଟି ସ୍ଥାନରେ ଚାଲିଛି ଚଢ଼ଉ। 


ଭୁବନେଶ୍ବରରେ ସୁବାସ ଚନ୍ଦ୍ର ପଣ୍ଡାଙ୍କର ୪ଟି ବହୁମୂଲ୍ୟ ପ୍ଲଟ୍, ବରିମୁଣ୍ଡରେ ଏକ ଦୁଇମହଲା କୋଠା, ଆଇଗଣିଆରେ ତିନିମହଲା କୋଠା, ନଗଦ ୧୩ ଲକ୍ଷ ଟଙ୍କା, ଏକ କେଜି ସୁନା, ଗୋଟିଏ କ୍ରେଟା କାର୍ ଓ ଅନ୍ୟ ବେନାମୀ କାର୍ ଠାବ ହୋଇଛି। ଏହାଛଡ଼ା ଏକ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ୍ ବି ଠାବ ହୋଇଛି।