ଭୁବନେଶ୍ୱର: ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗର୍ବ ଆଣିଦେଇଚନ୍ତି ଆଉ ଜଣେ ଓଡ଼ିଆ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମାଳିଗୁଡ଼ା ଗ୍ରାମର ଡ. ମନୋଜ ପଣ୍ଡା ଜାତୀୟ ଅର୍ଥ କମିସନର ଭାବେ ନିଯୁକ୍ତ ପାଇଛନ୍ତି। ସେ ୧୬ତମ କମିଶନର ଭାବେ ନିଯୁକ୍ତ ପାଇଛନ୍ତି। ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଡ. ପଣ୍ଡା ୧୯୫୬ ମସିହାରେ ଜୁନାଗଡ଼ ବ୍ଲକର ମାଳିଗୁଡ଼ାରେ ଜନ୍ମ ଗ୍ରହଣ କରିଥିଲେ। ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ହାସଲ ପରେ ସେ ସୋନପୁର ହାଇସ୍କୁଲରେ ନାଁ ଲେଖାଇଥିଲେ। ପରେ ସେ ୧୯୭୪ ମସିହାରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ସ୍ନାତକ ଓ ୧୯୭୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। କୋଲକାତାର ଇଣ୍ଡିଆନ ଷ୍ଟାଟିଷ୍ଟିକାଲ ଇନଷ୍ଟିଚ୍ୟୁଟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେଷ ୧୯୮୨ ମସିହାରେ ସେ ନୂଆଦିଲ୍ଲୀ ନ୍ୟାସନାଲ କାଉନସିଲ ଅଫ ଆପ୍ଲାଏଡ ଇକୋନୋମିକସରେ ରିସର୍ଚ୍ଚର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ତେବେ ଦେଶର ପ୍ରମୁଖ ଅନୁଷ୍ଠାନରେ ସେ ଉଚ୍ଚ ପଦବୀରେ ରହି ନିଜର କର୍ତ୍ତବ୍ୟ ତୁଲାଇଥିଲେ। ତେବେ ସେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ ଗ୍ରୋଥର ନିର୍ଦ୍ଦେଶକ ଭାବେ ୨୦୧୧ ମସିହାରେ ଅବସର ନେଇଥିଲେ। 


ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି। ଏଠାରେ କହି ରଖୁ କି ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରାଙ୍କ ଜ୍ୱାଇଁ ଅଟନ୍ତି। ତାଙ୍କର ଏହି ନିଯୁକ୍ତି ନେଇ ଓଡ଼ିଶାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।