କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପରିଚାଳନା ପାଠ୍ୟକ୍ରମ ବିଭାଗ ଅନ୍ତର୍ଗତ ‘ସପ୍ତମ ବିତ୍ତ କନକ୍ଲେଭ୍’ ଶୁକ୍ରବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ‘ଫିନୋମେନା-2024’ ଶୀର୍ଷକ ଏହି କନକ୍ଲେଭରେ ନୂଆ ମନ୍ତ୍ର, ‘ସଷ୍ଟେନେବଲ୍ ଫିନାନ୍ସ’ ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା । ଜାତୀୟ ଏବଂ ଆନ୍ତର୍ଜାତୀୟ ମାନ୍ୟତାପ୍ରାପ୍ତ ବକ୍ତାମାନେ ଏଥିରେ ଯୋଗଦେଇ ନିଜର ବହୁମୂଲ୍ୟ ଅଭିଭାଷଣ ରଖିଥିଲେ ।


COMMERCIAL BREAK
SCROLL TO CONTINUE READING

ଫାକଲ୍ଟି ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜର ଡିନ୍ ପ୍ରଫେସର ଡି. ଡି. ସ୍ୱାଇଁ ଏଥିରେ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳପତି ପ୍ରଫେସର ଡଃ. ବି. ଆର୍. ଶର୍ମା ପୁଞ୍ଜି ନିର୍ମାଣ ଓ ସମଗ୍ର ଆର୍ଥିକ ବିକାଶରେ ବିତ୍ତ ପ୍ରଣାଳୀର ଗୁରୁତ୍ୱପୂର୍ଣ୍ଣ ଭୂମିକା କଥା ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ତଥା ଆଇଆଇଏମ୍, ଇନ୍ଦୋରର ଡିନ୍ ପ୍ରଫେସର ସୌମ୍ୟରଞ୍ଜନ ଦାଶ ନିଜ ଅନଲାଇନ୍ ଅଭିଭାଷଣରେ ଶେୟାର ବଜାର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ଶଶିଭୂଷଣ ଦାଶ ମଧ୍ୟ ବିତ୍ତୀୟ ବିକାଶ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଏଥିରେ ଲଣ୍ଡନ ଏସବିଆଇ ୟୁକେ ଲିମିଟେଡ୍ ପ୍ରତିନିଧି ଇପସିତା ପ୍ରଧାନ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିଚାଳନା ପାଠ୍ୟକ୍ରମ ବିଭାଗର ପ୍ରାଧ୍ୟାପକ ଡଃ. ଆଲୋକ କୁମାର ସହାୟ ଏବଂ ଶ୍ରୀ ବିନୋଦ ଗୋପାଳ ମୁଖାର୍ଜୀ ମଧ୍ୟ ବକ୍ତବ୍ୟ ରଖିଥିଲେ । ଆଇବିପିଏସ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ତଥା ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ପରିଚାଳକ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ ଏବଂ କନକ୍ଲେଭର ଆବାହକ ତଥା ପ୍ରାଧ୍ୟାପକ ବିଶାଲ ସୁଦ୍ ମଧ୍ୟ ଦୀର୍ଘମିଆଦି ବିତ୍ତୀୟ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ ।


ଏସଏସୟୁର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରି ପୁରସ୍କାର ବିତରଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ପରିଚାଳନା ପାଠ୍ୟକ୍ରମ ବିଭାଗ ପକ୍ଷରୁ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି କନକ୍ଲେଭରେ ଭାଗ ନେଇଥିଲେ ।


Also Read- ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର


Also Read- Lava O2: ଚାଇନା ଫୋନକୁ ଟକ୍କର ଦେବ ଏହି ଫୋନ୍, ଜାଣନ୍ତୁ କଣ ରହିଛି ଖାସ୍