Odisha Election 2024: ଧାର୍ମିକ ସ୍ଥଳ ପାଇଁ ଟଙ୍କା ମଞ୍ଜୁର କଲେ ସରକାର, ମୁଖ୍ୟମନ୍ତ୍ରୀଙ୍କ ସହ ପାଣ୍ଡିଆନଙ୍କ ଉପରେ ପ୍ରଂଶସାର ବର୍ଷା...
Election 2024: ନିର୍ବାଚକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ବିଭିନ୍ନ ପ୍ରକାରର ଯୋଜନା ଓ ଅର୍ଥ ମଞ୍ଜୁର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଜନତାଙ୍କ ବିଶ୍ୱାସଭାଜନ ତଥା ସସମର୍ଥ ପାଇଁ ଜୋରସୋରରେ ଲାଗି ପଡ଼ିଛି ବିଜେଡି। ପ୍ରତ୍ୟୋକ ଜିଲ୍ଲାରେ କିଛି ନା କିଛି ସରକାରୀ ତଥା ବେସରକାରା କାର୍ଯ୍ୟକ୍ରମ ମାଧ୍ୟ ଭୋଟରଙ୍କ ନିକଟତର ହେଉଛନ୍ତି ନେତା।
Election 2024: ନିର୍ବାଚକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏବେ ବିଭିନ୍ନ ପ୍ରକାରର ଯୋଜନା ଓ ଅର୍ଥ ମଞ୍ଜୁର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଜନତାଙ୍କ ବିଶ୍ୱାସଭାଜନ ତଥା ସସମର୍ଥ ପାଇଁ ଜୋରସୋରରେ ଲାଗି ପଡ଼ିଛି ବିଜେଡି। ପ୍ରତ୍ୟୋକ ଜିଲ୍ଲାରେ କିଛି ନା କିଛି ସରକାରୀ ତଥା ବେସରକାରା କାର୍ଯ୍ୟକ୍ରମ ମାଧ୍ୟ ଭୋଟରଙ୍କ ନିକଟତର ହେଉଛନ୍ତି ନେତା। ସେହିପରି ପାରାଦୀପ ପୌରାଞ୍ଚଳରେ ଥିବା ସମସ୍ତ ମଠ, ମନ୍ଦିର, ଭାଗବତ ଘର, ମସଜିଦ୍ ଓ ଗୀର୍ଜାର ଉନ୍ନତି କରଣ ପାଇଁ ମୂଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପାଣ୍ଠିରୁ ଅର୍ଥ ମଞ୍ଜୁର କରାଯାଇଛି।ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଅଞ୍ଚଳବାସୀ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ପାରାଦୀପ ଅଞ୍ଚଳବାସୀ। ପାରାଦୀପକୁ ସ୍ବତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଥିବାରୁ ସ୍ଥାନୀୟ ପାରାଦୀପ ପୌର ଭବନରେ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳଙ୍କ ସମେତ ସମସ୍ତ ପାରିଷଦ ଓ ପାରାଦୀପ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମାନେ ଏକତ୍ରିତ ହୋଇ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ୫ ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କ ପାରାଦୀପ ଗ୍ରସ୍ତ ସମୟରେ ପାରାଦୀପ ପୌରାଞ୍ଚଳର ଅନେକ ପ୍ରକଳ୍ପ ଉପରେ ଦାବୀ ଦିଆ ଯାଇଥିଲା। ଯାହାକି ଆଜି ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଯାହାକୁ ନେଇ ପାରାଦୀପ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଥିବା ବେଳେ ପୌରାଧ୍ୟକ୍ଷ ଓ ପାରିଷଦ ମାନଙ୍କ ସମେତ ସ୍ବଚ୍ଛ ସାଥି ଓ ସୁପର ଭାଇଜରମାନଙ୍କ ପାରିତୋଷିକ ଏବଂ ଭତ୍ତା ମଧ୍ୟ ବୃଦ୍ଧି କରାଯାଇଛି।
ଏହା ଦ୍ବାରା ସେମାନଙ୍କ ଆତ୍ମବଳ କୁ ଆଗକୁ ବଢାଇବା ସହ ନିଷ୍ଠାପର ହୋଇ କାର୍ଯ୍ୟ କରିବା ପାଇଁ ଉତ୍ସାହ ଦେବ ବୋଲି ପାରାଦୀପ ପୌରାଧ୍ୟକ୍ଷ ତଥା ଓଡିଶା ପୌର ପରିଷଦ ମହାସଂଘ ସଭାପତି ବସନ୍ତ କୁମାର ବିଶ୍ବାଳ ପ୍ରକାଶ କରିଛନ୍ତି। ବିଶେଷ କରି କୁଜଙ୍ଗକୁ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ମିଳିଥିବାରୁ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଶ୍ରେୟ ଦେଇଛନ୍ତି।