Electricity billing Scam: ମାସକୁ ବିଦ୍ୟୁତ ବିଲ ମାତ୍ର ୨୦ ଟଙ୍କା। ଏମିତିକି କାହାର କରେଣ୍ଟ ବିଲ ଶୂନ। ବିଶ୍ୱାସ ହେଉନଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ଯ। ମିଳିଥିବା ବିଲ୍ ରୁ ଏଭଳି ବଡ଼ ସ୍କାମ ଏବେ ନଜରକୁ ଆସିଛି।  ଜଣେ କି ଦୁଇ ଜଣ ନୁହେଁ ୬୩ ଜଣ  ଗ୍ରାହକଙ୍କ ମାସିକ ବିଦ୍ୟୁତ ବିଲ ମାତ୍ର ୨୦ ଟଙ୍କା। ଆମେ କହୁଛୁ ପୁରୀ ବିଦ୍ୟୁତ ଡିଭିଜନର ବିଦ୍ଯୁତ ବିଲ କଥା। ଟାଟା ପାୱାର କର୍ପୋରେସନ ଲିମିଟେଡ଼ର ଏଭଳି ବିଚିତ୍ର ନୀତି ଦେଖିବାକୁ ମିଳିଛି। ଯେଉଁଠି ଘରୋଇ ସର୍ବନିମ୍ନ ବିଲ ଆସିବାର ନିୟମ ରହିଛି ସେଠି ବିଦ୍ୟୁତ ବିଲ ମାତ୍ର ୨୦ ଟଙ୍କା। ଆସିବା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଣି ଅନେକ ଶ୍ରୀମନ୍ଦିର ସେବାୟତ , ସାଧାରଣ ଗ୍ରାହକ ଓ ହୋଟେଲ ମାଲିକଙ୍କର ବି ୨୦ଟଙ୍କା ଆସିଛି। ଯାହା  କମ୍ପାନୀ ଜାଣିଶୁଣି କି କରିଛି ନା ତୃଟିପୂର୍ଣ୍ଣ ଭାବେ ହୋଇଛି ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 
ମାସକୁ ବିଦ୍ୟୁତ ବିଲ ୨୦ ଟଙ୍କା ଆସୁଥୁବା ବେଳେ ୬୩ ଜଣଙ୍କ ମଧ୍ୟରେ ଅଧିକାଂଶ ସେବାୟତ ରହିଛନ୍ତି। ତେବେ ଏହା ଯଦି ସତ ହୋଇଥାଏ ସାଂଘାତିକ। କାରଣ ଗରିବ ଲୋକମାନେ ଇଲେକ୍ଟ୍ରୀ ବିଲ ମୋଟା ଅଙ୍କରେ ଦେଉଥିବା ବେଳେ ପଇସାବାଲା ଲୋକଙ୍କ ବିଲ୍ ୨୦ଟଙ୍କା କିଭଳି ଆସିଲା ବୋଲି ପ୍ରଶ୍ନ ଉଠିଛି। ଯାହାକୁ ନେଇ  ଆମ ଆଦାମୀ ପାର୍ଟି  ସାମ୍ବାଦିକ ସମ୍ମିଳନୀର ଜରୀଆରେ ଖୁଲାସା କରିଛନ୍ତି। ଗରିବ ଓ ମଧ୍ୟବିତ୍ତ ମାନଙ୍କ ମାସିକ ବିଦ୍ୟୁତ ବିଲ ୧୫୦୦ ରୁ ଆରମ୍ଭ କରି ୫୦୦୦ ପର୍ଯ୍ୟନ୍ତ ଆସୁଥୁବାବେଳେ ୬୩ ଜଣଙ୍କର ମାସିକ ବିଦ୍ୟୁତ ବିଲ ମାତ୍ର ୨୦ ଟଙ୍କା ଆସୁଛି। ଏହା ପଛରେ ଚାପ ରହିଛି ନାଁ ବାଧ୍ୟ ବାଧ୍ୟକତା ତାହା ବର୍ତମାନ ସୁଦ୍ଧା ଜଣାପଡିନାହିଁ। ଅନ୍ୟପକ୍ଷରେ ଏହି ଘଟଣା ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାର ଉପଯୁକ୍ତ ତଦନ୍ତ  କରି ସତକୁ ସମ୍ନାକୁ  ଆଣିବାକୁ ଦାବି କରିଛି ଆମଆଦମୀ ପାର୍ଟି।