ଭୁବନେଶ୍ଵର: ନନ୍ଦନକାନନରେ ଆଖି ବୁଜିଲା ହାତୀ ଅଭି। ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଛି। ହର୍ପିସ୍ ଜନିତ ରୋଗରେ ପୀଡ଼ିତ ଥିବାରୁ ହାତୀର ଚିକିତ୍ସା ଚାଲିଥିଲା। କେନ୍ଦୁଝରରୁ ଉଦ୍ଧାର ହୋଇଥିଲା ହାତୀ ଅଭି। ଓୟୁଏଟିର ପ୍ରଫେସରଙ୍କ ତତ୍ବବଧାନରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ଅଭିର ଚିକିତ୍ସା ଜାରି ରଖିଥିଲେ। ଉଭୟ ଚିକିତ୍ସକ ଓ ମାହୁନ୍ତ ଅଭି ଉପରେ ୨୪ ଘଣ୍ଟିଆ ନଜର ରଖିଥିଲେ। ସ୍ବାସ୍ଥ୍ୟର ପରିବର୍ତ୍ତନ ନହେବାରୁ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋଟରେ ହରପିସ ପଜିଟିଭ ଆସିଥିଲା। 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ କିଛି ମାସ ପୂର୍ବେ ସ୍ଥିତ ଚନ୍ଦକା ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ରରେ ଛୁଆ ମାଈ ହାତୀ ‘ମାମା’ ର ଆଜି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାକୁ ୭ ବର୍ଷ ହୋଇଥିଲା। 'ମାମା' ର ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି ଡିଏଫଓ । 


୨୦୧୭ ମସିହାରେ ଖୋର୍ଦ୍ଧା ଟାଙ୍ଗୀ ଜଙ୍ଗଲରେ ଛୁଆହାତୀ 'ମାମା' ର ଜନ୍ମ ହୋଇଥିଲା। ମାତ୍ର ୬ମାସ ପରେ ସେ ମାଆ ଠାରୁ ଅଲଗା ହୋଇଯାଇଥିଲା। ପରେ ତାକୁ ନନ୍ଦନକାନନ ଅଣାଯାଇଥିଲା। ପୁଣି ନନ୍ଦନକାନନରୁ 'ମାମା'କୁ ଡମପଡ଼ା କୁମାରଖୁଣ୍ଟି ହାତୀ ପ୍ରଶିକ୍ଷଣ କେନ୍ଦ୍ର ନିଆଯାଇଥିଲା।


ତେବେ ହାର୍ପିସ୍‌‌ ଭୂତାଣୁ ଆକ୍ରାନ୍ତରେ ‘ମାମା’ର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ‘ମାମା’ର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ। ପ୍ରଶିକ୍ଷଣ କେନ୍ଦ୍ରରେ ଥିବା ଆଉ ୩ହାତୀ ମଧ୍ୟ ହାର୍ପିସରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଥିବା ଚନ୍ଦକା ଡିଏଫଓ କହିଥିଲେ।