ଗଞ୍ଜାମ: ବାଣ ତିଆରି ସମୟରେ ବିସ୍ଫୋରଣ ଘଟି ୫ ଛାତ୍ର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ । ଆହତ ୫ ଛାତ୍ର ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ, ଦୀପାବଳିରେ ବିକ୍ରି କରିବା ଉଦ୍ଦେଶ୍ୟରେ ମାଣିକପୁର ଗ୍ରାମର ନୁଆସାହିର ଏକ ଟିଣ ଛପର ଘରେ ୧୦ମ ଶ୍ରେଣୀର ୫ ଜଣ ଛାତ୍ର ସୁତିଲି ବାଣ ପ୍ରସ୍ତୁତ କରୁଥିଲେ । ବାଣ ଭିଡୁଥିବା ବେଳେ ସାମାନ୍ୟ ଅସାବଧାନତା ଯୋଗୁଁ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ବିରାଟ ଶବ୍ଦ ହେବା ସହ ଟିଣ ଘରର ଛାତଟି ସମ୍ପୂର୍ଣ୍ଣ ଉଡିଯାଇଛି । ଏଥିସହ ଘରର କାନ୍ଥରେ ଫାଟ ମଧ୍ୟ ସୃଷ୍ଟି ହୋଇଛି । ଏହି ଅଘଟଣରେ ଆହତ ହୋଇଥିବା ୫ ଜଣ ଛାତ୍ରଙ୍କୁ ପ୍ରଥମେ ଖୋଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସେମାନଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା ଚାଲିଛି ।


ଘରେ ରଖାଯାଇଥିବା ବାଣ ସରଞ୍ଜାମରେ ନିଆଁ ଲାଗିଯିବାରୁ ଏକ ବଡ଼ ଧରଣର ଶବ୍ଦ ସୃଷ୍ଟି ହୋଇଥିଲା । ସେହି ଘରେ ବାଣ ତିଆରି କରିବା ପାଇଁ ଥିବା ବାରୁଦ ଓ ଅନ୍ୟାନ୍ୟ ବିସ୍ଫୋରକ ଦ୍ରବ୍ୟରେ ନିଆଁ ଲାଗି ବଡ ଧରଣର ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଖଲ୍ଲିକୋଟ ପୋଲିସ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।


Also Read- କେନାଲରେ ପଡିଲା କ୍ରିକେଟ ବଲ୍, ଆଣିବାକୁ ଯାଇ ଭାସିଗଲେ ୩ ସାଙ୍ଗ


Also Read- OAS Results: ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର