Odisha News: ଦକ୍ଷିଣ ଓଡ଼ିଶାର ଭାତ ହାଣ୍ଡି ଭାବେ ପରିଚିତ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି।‌ କାଶୀନଗର ଅଞ୍ଚଳରେ ଶତକଡା ୯୦ ଭାଗ ଚାଷୀ ଉନ୍ନତ କିସମର ଧାନ ଚାଷ କରି ସମଗ୍ର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରିଥାନ୍ତି । କାଶୀନଗର ଅଞ୍ଚଳର ଧାନ ଜମିରୁ ଉତ୍ପାଦିତ ଧାନରୁ ଉତ୍ତମ କିସମର ସୁସ୍ୱାଦୁ ଚାଉଳ ବାହାରୁଥିବାରୁ କେବଳ ଦକ୍ଷିଣ ଓଡିଶା ନୁହେଁ। ସମଗ୍ର ଓଡିଶା ବାହାରେ ଏହି ଚାଉଳର ଯଥେଷ୍ଟ ଚାହିଦା ରହିଛି। ହେଲେ ଚଳିତ ବର୍ଷ ଆଶାନୁରୂପୀ ବର୍ଷା ନ ହେବା ଓ ଜଳର ଘୋର ଅଭାବ ଯୋଗୁଁ କାଶୀନଗର ଅଞ୍ଚଳରେ ଗଜା ମରୁଡି ପରିସ୍ଥିତି ଦେଖା ଦେଇଛି । ଏନେଇ ଚାଷୀକୂଳ ହତାଶ ହୋଇପଡିଥିବ ସମଗ୍ର ଅଞ୍ଚଳବାସୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନା ଯୋଗ୍ୟଯେ, ଅକ୍ଷୟ ତୃତୀୟାର ପାରମ୍ପରିକ ରୀତିରେ ଆରମ୍ଭ ହୋଇଥାଏ ଚାଷ କାମ । ପ୍ରାୟ ମାସେ ପରେ ହୋଇଯାଇଥିଲେ ମଧ୍ୟ ଭଲ ବର୍ଷା ହୋଇନାହିଁ। ଏଭଳି ପରିସ୍ଥିତି ସ୍ଥିତିରେ ଧାନ ବିହନ ଗଜା ମରୁଡ଼ି ଅବସ୍ଥା ହୋଇଗଲାଣି। ମୌସୁମୀ ଓଡ଼ିଶା ଛୁଇଁବା କଥା ପାଣିପାଗ ବିଭାଗ ପକ୍ଷରୁ ବର୍ଷା ଶୁଣିବାକୁ ମିଳୁଛି। ମାତ୍ର ଆଜି ପର୍ଯ୍ୟନ୍ତ ସେଭଳି ହୋଇନଥିବାରୁ ଧାନ ବିହନ ନଷ୍ଟ ହେବା ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ତଳି ବିଲରେ ପଡ଼ିନାହିଁ । ଯେଉଁ ତଳି ପଡିଥିଲା ତାହା ପୋଡ଼ି ନଷ୍ଟ ହୋଇଗଲାଣି। ଧାନ ଚାଷ ପାଇଁ ଜୁନମାସ ଉପଯୁକ୍ତ ସମୟ। ଆଷାଡ଼ ହେଲାଣି କିନ୍ତୁ ବର୍ଷାର ହେଉନାହିଁ । ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳରେ ଅଧୂକ ଧାନ ଚାଷ ହୋଇଥାଏ। ଚଳିତ ବର୍ଷର ବର୍ଷାଭାବ ପରିସ୍ଥିତି ଯୋଗୁଁ କାଶୀନଗର ଅଞ୍ଚଳରେ ଶତକଡା ୮୦ ଭାଗ ଧାନ ଫସଲ ଉପରେ ପ୍ରଭାବ ପଡିବ ବୋଲି ଚାଷୀକୂଳ ଉଦବେଗର ସହ ପ୍ରକାଶ କରିଛନ୍ତି ।