Odisha News: ଜେଏସଡବ୍ଲୁ କମ୍ପାନୀର ସ୍ଲରୀ ପାଇପଲାଇନ୍ କୁ ଚାଷୀଙ୍କ ବିରୋଧ। କ୍ଷତିପୂରଣ ନଦେଇ ଜୋର ଜବରଦସ୍ତ ଚାଷୀଙ୍କ ଜମିରେ ବିଛା ଯାଉଛି ଏହି ସ୍ଲରୀ ପାଇପଲାଇନ୍। ଜମି ମାଲିକ ମାନେ ଏହାକୁ ବିରୋଧ କଲେ ହାତାହାତି ହେବାକୁ ପଛାଉ ନାହାଁନ୍ତି ଠିକାଦାର। ଏପରିକି ଚାଷୀଙ୍କ ନାମରେ ନାମରେ ମିଥ୍ୟା ଏତଲା ଦିଆଯାଇ ଜେଲ ପଠାଇ ଦିଆଯାଉଛି ବୋଲି ଅଭିଯୋଗ ଆଣିଛନ୍ତି କୁଜଙ୍ଗ ବ୍ଲକର କୋଠୀ ପଞ୍ଚାୟତବାସୀ, ଜେଏସଡବ୍ଲ୍ୟୁ କମ୍ପାନୀର ପାରାଦ୍ଵୀପରୁ ଯୋଡା ଯାଉଥିବା ସ୍ଲରୀ ପାଇପ ଲାଇନ ଯୋଗୁ ବ୍ୟାପକ କ୍ଷତିଗ୍ରସ୍ତ ହେଉଛନ୍ତି କୃଷକ। ଜେଏସଡବ୍ଲୁ କମ୍ପାନୀ ଏହି ସ୍ଲରୀ ପାଇପ ଲାଇନରେ ଆଇରନ ଆଣି ଏହାକୁ ପ୍ରୋସେସିଂ କରିବ। ଏହି ପାଇପଲାଇନ୍ କାର୍ଯ୍ୟକୁ ପଞ୍ଚାୟତବାସୀ ସ୍ବାଗତ କରୁଥିବା ବେଳେ ସରକାରଙ୍କ ନିୟମାନୁଯାୟୀ ଜମିର ଉପଯୁକ୍ତ କ୍ଷତିପୂରଣ ନଦେଇ ଚାଷୀମାନଙ୍କ ଜମିକୁ ଯୋର ଜବରଦସ୍ତ ଖୋଳି ପାଇପ ଲାଇନ ବିଛା ଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

କୋଠୀ ପଞ୍ଚାୟତବାସୀ କମ୍ପାନୀର କାର୍ଯ୍ୟକୁ ବିରୋଧ କରୁନାହାନ୍ତି କିନ୍ତୁ କମ୍ପାନୀ ଚାଷୀ ମାନଙ୍କ ସହିତ କଥା ନହୋଇ ଯୋର ଜବରଦସ୍ତି ଜମିରେ ପାଇପ ପକାଇବା ଆରମ୍ଭ କରିଛନ୍ତି। ପଚାରିଲେ ବାହାରୁ ଅସାମାଜିକ ଯୁବକ ମାନଙ୍କ ଦ୍ବାରା ଧମକାଇବା ସହିତ ବିଭିନ୍ନ ଲୋକଙ୍କ ନାମରେ ମିଥ୍ୟା କେଶ୍ କରାଯାଉଛି। ତେବେ କମ୍ପାନୀ ଠିକାଦାର ଚାଷୀମାନଙ୍କ ସହ ପ୍ରଥମେ ଆଲୋଚନା ନକରି ଜୋର ଜବରଦସ୍ତ ପାଇପଲାଇନ୍ ବିଛାଇବାକୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ। ତେଣୁ ଏନେଇ ପ୍ରଥମେ ଚାଷୀ ମାନଙ୍କ ସହ ଆଲୋଚନା କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଓ ପଞ୍ଚାୟତବାସୀ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ଓ କମ୍ପାନୀଙ୍କୁ ଅନୁରୋଧ କରିଥିବା ବେଳେ ଯଦିଓ ଚାଷୀମାନଙ୍କ କ୍ଷତିପୁରଣ ପ୍ରଦାନ ନକରି କମ୍ପାନୀ କାର୍ଯ୍ୟ କରେ ତେବେ ଏହାକୁ ଦୃଢ ବିରୋଧ କରାଯିବା ସହିତ ପାଇପଲାଇନ୍ କାର୍ଯ୍ୟକୁ ସମ୍ପୁର୍ଣ୍ଣ ବନ୍ଦ କରିଦିଆ ଯିବ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।


 ଅନ୍ୟ ପକ୍ଷରେ ଚାଷଜମିରେ ଏହି ପାଇପଲାଇନ୍ କୁ ବିଛା ଯାଉନାହିଁ ବୋଲି କମ୍ପାନୀ ଠିକାଦାର ଏହାକୁ ଖଣ୍ଡନ କରିଥିବା ବେଳେ କେବଳ ସରକାରୀ ଜମିକୁ ବ୍ୟବହାର କରା ଯାଉଛି ବୋଲି କହିଛନ୍ତି। ତେବେ ପଞ୍ଚାୟତ ବାସୀ ଓ କମ୍ପାନୀ ଠିକାଦାର ଙ୍କ ମଧ୍ୟରେ ଥିବା ପାଇପଲାଇନ୍ ବିଛାଇବା କାର୍ଯ୍ୟ କୁ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ନିବେଦନ କରାଯାଇଛି।