ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ଲାଗିଲା ନିଆଁ। ହୁତୁହୁତୁ ହୋଇ ଜଲିଲା ଇନଭର୍ଟର। ତେବେ ଏଥିରେ କେହି ଆହତ ହୋଇନଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କର୍ମଚାରୀ ବସିଥିବା ବେଳେ ଇନଭଟର୍ର୍‌ ଫାଟିବାରୁ ଏପରି ଘଟଣା ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି କର୍ମଚାରୀ। କେବଳ କାଗଜପତ୍ର ପୋଡି ହୋଇଥିବାବେଳେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଅଗ୍ନିକାଣ୍ଡର କାରଣ ବିଦ୍ୟୁତ ସର୍ଟ ସର୍କିଟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ କେତେ କ୍ଷୟ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। 


ଅଧିକ ପଢନ୍ତୁ...


ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଜାଣନ୍ତୁ କଣ ରହିଛି ତାଙ୍କର...


https://zeenews.india.com/hindi/zeeodisha/state-news/chief-minister-mohan-majhi-on-two-day-visit-to-jharkhand/2453003