Flight Service: ବାରମ୍ବାର ବାତିଲ ହେଉଛି ହାଇଦ୍ରାବାଦ୍ ଉଡ଼ାଣ, ଭୁବନେଶ୍ୱର ବିମାନ ବନ୍ଦରରେ ହଙ୍ଗାମା
Flight Service(ଭୁବନେଶ୍ୱର): ବାରମ୍ବାର ବିମାନ ବାତିଲକୁ କେନ୍ଦ୍ର କରି ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। ୬୦ରୁ ଅଧିକ ଯାତ୍ରୀ ଆଜି ବିମାନବନ୍ଦରରେ ଧାରଣା ପ୍ରଦର୍ଶନ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି।
Flight Service(ଭୁବନେଶ୍ୱର): ବାରମ୍ବାର ବିମାନ ବାତିଲକୁ କେନ୍ଦ୍ର କରି ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ଯାତ୍ରୀ ଅସନ୍ତୋଷ ଦେଖିବାକୁ ମିଳିଛି। ୬୦ରୁ ଅଧିକ ଯାତ୍ରୀ ଆଜି ବିମାନବନ୍ଦରରେ ଧାରଣା ପ୍ରଦର୍ଶନ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି।
ଯାତ୍ରୀଙ୍କ ଅଭିଯୋଗ ଅନୁସାରେ ଗତକାଲି ସକାଳେ ସ୍ଥିର କରାଯାଇଥିବା ହାଇଦ୍ରାବାଦ୍ ବିମାନକୁ କୌଣସି କାରଣ ଯୋଗୁ ବାତିଲ କରାଯାଇଥିଲା। ଏହି ଯାତ୍ରାକୁ ଆଜି ସକାଳେ ପୁଣିଥରେ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏହାକୁ ମଧ୍ୟ ବାତିଲ କରାଯିବାରୁ ଯାତ୍ରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏ ନେଇ ସେମାନେ ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯାତ୍ରୀମାନେ ଧାରଣାରେ ବସିବା ସହ ନିଜର ଅଭିଯୋଗ ସମ୍ପୃକ୍ତ ବିମାନଚଳାଚଳ ସଂସ୍ଥାକୁ ମଧ୍ୟ ଜଣାଇଛନ୍ତି।
ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃକ୍ଷପ ପ୍ରସନ୍ନ କୁମାର ପ୍ରଧାନ କହିଛନ୍ତି, ବୈଷୟିକ କାରଣ ହେତୁ ହାଇଦ୍ରାବାଦରୁ ବିମାନ ଆସିବା ବିଳମ୍ବ ହୋଇଥିଲା। ଏହି ବିମାନକୁ ଯାଞ୍ଚ କରାଯାଇ ଉଡ଼ାଣ କରାଯିବାରେ ବିଳମ୍ବ ହୋଇଛି। ୧୧ଟା ୧୫ରେ ଏହି ବିମାନ ଭୁବନେଶ୍ୱର ପହଞ୍ଚିବା ପରେ ଏହାକୁ ଉଡ଼ାଣ ପାଇଁ ପ୍ରସ୍ତୁତ କରାଯାଇଛି। ଯାତ୍ରୀଙ୍କୁ ମଧ୍ୟ ସେହି ବିମାନ ଦେଇ ଉଡ଼ାଣ କରିବାକୁ ସୁବିଧା ଦିଆଯାଇଛି। ବିମାନ କର୍ତ୍ତୃପକ୍ଷ ଯାତ୍ରୀଙ୍କୁ ମଧ୍ୟ ଆବଶ୍ୟକ ବିକଳ୍ପ ସେବା ଯୋଗାଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।
ମିଳିଥିବା ସୂଚୁନା ଅନୁସାରେ ସମୁଦାୟ ୧୫୬ ଯାତ୍ରୀ ଏହି ବିଳମ୍ବ ଯୋଗୁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ଭିତରୁ କିଛି ଯାତ୍ରୟୀଙ୍କୁ ସୁରାଟକୁ ସଂଯୋଗ ବିମାନ ଧରିବାର ଥିଲା। ଏଣୁ ସେମାନଙ୍କ ପାଇଁ ମଧ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି।