Bhubaneswar to Guwahati flight: ରାଜଧାନୀରୁ ସିଧାସଳଖ ଗୌହାଟିକୁ ଉଡ଼ିବ ବିମାନ (Bhubaneswar to Guwahati flight) । ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର- ଗୌହାଟୀକୁ ଆରମ୍ଭ ହେବ ବିମାନ ସେବା (Flight service)।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଏଣିକି ସହଜ ହେବ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଯାତ୍ରା। କାରଣ ଆସନ୍ତା ୨୯ ତାରିଖରୁ ଭୁବନେଶ୍ବରରୁ ଗୌହାଟିକୁ ଉଡ଼ିବ ଡ଼ାଇରେକ୍ଟ ଫ୍ଲାଇଟ୍ (Direct flight to Guwahati) । ଏହା ଫଳରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ କମିବ ଯାତାୟାତ ସମୟ । ୨୧ତମ ସ୍ଥାନ ଭାବେ ରାଜଧାନୀରୁ ଭୁବନଶ୍ୱରରୁ (Bhubaneswar) ଗୌହାଟିକୁ (Guwahati) ଉଡ଼ିବ ବିମାନ । ଆସନ୍ତା ଅକ୍ଟୋବର ୨୯ ତାରିଖରୁ ପ୍ରତିଦିନ ଭୁବନେଶ୍ୱର-ଗୌହାଟି ମଧ୍ୟରେ ବିମାନ ଚଳାଚଳ କରାଇବ ଇଣ୍ଡିଗୋ (Indigo) । ତେବେ ବିମାନ ଚଳାଚଳ ଫଳରେ ଭୁବନେଶ୍ୱରରୁ ଗୌହାଟକୁ ଯାତ୍ରା ପାଇଁ ମାତ୍ର ଦେଢ଼ ଘଣ୍ଟା ସମୟ ଲାଗିବ । ପ୍ରତିଦିନ ବିମାନ ଅପରାହ୍ନ ୧ଟା ୨୫ରୁ ଭୁବନଶ୍ୱରରୁ ଛାଡ଼ିବ ଓ ୨ଟା ୫୫ ମିନିଟ୍ ରେ ଗୌହାଟିରେ ପହଞ୍ଚିବ । ସେହିପରି ବିମାନ ଗୌହାଟିରୁ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ । ଆଗାମୀ ଦିନରେ ଭୁବନେଶ୍ୱରର ବିମାନ ବନ୍ଦରରୁ ସୁରଟ, ଜମ୍ମୁ ଓ ଚଣ୍ଡିଗଡକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (Biju Patnaik International Airport) ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।


Also Read-Top 10 Afternoon News Headlines: ଅପରାହ୍ନର ୧୦ ବଡ଼ ଖବର