ସୁନ୍ଦରଗଡ଼: ଫସଲ ଖାଇବାକୁ ଆସି ଚହଲାରେ ପଡି ଛଟପଟ ହେଉଥିଲା ଦନ୍ତାହାତୀ । ଦୀର୍ଘ ସମୟ ପରେ ଲୋକଲୋଚନକୁ ଆସିବା ପରେ ଦନ୍ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ସାନଡମକୁଡା ଘଗ୍ରାପଡା ଅଞ୍ଚଳରେ ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ପାଚିଲା ଧାନ ଖାଇବାକୁ ଜଙ୍ଗଲରୁ ଦନ୍ତା ହାତୀଟି ଜନବସତି ଆଡକୁ ଆସିଥିଲା । ଚାଷୀମାନେ ଚାଷ ଜମିକୁ ପାଣି ମଡାଉଥିବା ଚହଲାରେ ଖସିପଡିଥିଲା ହାତୀଟି । ଚହଲାଟି ଖାଲ ଓ କାଦୁଅରେ ପୂର୍ଣ୍ଣ ହୋଇଥିବା କାରଣରୁ ହାତୀଟି ଯେତେ ଚେଷ୍ଟା କରିଥିଲେ ମଧ୍ୟ ପଦାକୁ ଆସିପାରିନଥିଲା । ଚାଷ ଜମିକୁ ଯାଉଥିବା ସମୟରେ ଚାଷୀଙ୍କ ନଜରରେ ପଡିଥିଲା ଏହି ଦୃଶ୍ୟ । ପରେ ଖବର ପ୍ରଚାରିତ ହେବାକ୍ଷଣି ସ୍ଥାନୀୟ ଅଞ୍ଚଳରେ ରୁଣ୍ଡ ହୋଇଥିଲେ ଲୋକ । ପାଟି ତୁଣ୍ଡ କରି ସ୍ଥାନୀୟ ଲୋକେ ହାତୀକୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ପରେ ବନ ବିଭାଗକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ବନ ବିଭାଗର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ସାହାଯ୍ୟରେ ହାତୀକୁ ଚହଲା ଭିତରୁ ଉଦ୍ଧାର କରିଥିଲେ ।


ତେବେ ଖବର ମୁତାବକ ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ହାତୀ ଉପଦ୍ରବ ବଢିବାରେ ଲାଗିଛି । ଜଙ୍ଗଲ କ୍ଷୟ ଓ ଜନବସତି ବ୍ୟାପକ ହେବା କାରଣରୁ ହାତୀମାନେ ଜଙ୍ଗଲରୁ ଜନବସତୀ ମୁହାଁ ହେଉଛନ୍ତି । ଉକ୍ତ ଅଞ୍ଚଳରେ ବର୍ତ୍ତମାନ ୩ଟି ହାତୀ ଅଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ପାଚିଲା ଧାନ ଖାଇବାକୁ ହାତୀ ଚାଷ ଜମିକୁ ଆସୁଥିବା ଚାଷୀ କହିଛନ୍ତି ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- ନିଜ ବିଜୟକୁ ନେଇ ଖୁସି ଥିବା ଦିୟା କୁମାରୀ, ବିଜେପି ହାଇକମାଣ୍ଡ ପାଇଁ କହିଲେ ଏହି ବଡ କଥା- ଦଳ ଯାହା ଚାହିଁବ...