Biswabhushan Harichandan Hospitalised: ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ

Biswabhushan Harichandan Hospitalised: ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ହରିଚନ୍ଦନ ଓଡ଼ିଶାର ଶିଳ୍ପ ଓ ଆଇନ ମନ୍ତ୍ରୀ ଭାବେ ୨୦୦୪ରୁ ୨୦୦୯ ଯାଏ କାର୍ଯ୍ୟ କରିଛନ୍ତି। ୨୦୧୯ରୁ ୨୦୨୩ ଯାଏ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିଲେ। ଏହାପରେ ଛତିଶଗଡ଼ର ରାଜ୍ୟପାଳ ଭାବେ ମଧ୍ୟ ୨୦୨୩-୨୦୨୪ ଯାଏ ସେ କାର୍ଯ୍ୟ କରିଛନ୍ତି।
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ହୋଇପଡ଼ିଛନ୍ତି। ବାର୍ଦ୍ଦକ୍ୟ କାରଣରୁ ବିଭିନ୍ନ ଅସୁସ୍ଥତାରେ ରହିଛନ୍ତି ବିଶ୍ୱଭୂଷଣ। ଚିକିତ୍ସା ଲାାଗି ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ୍ ପଠାଯାଇପାରେ ବୋଲି ତାଙ୍କ ପୁଅ ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ପରାଧୀନ ଭାରତରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ହରିଚନ୍ଦନ ଓଡ଼ିଶାର ଶିଳ୍ପ ଓ ଆଇନ ମନ୍ତ୍ରୀ ଭାବେ ୨୦୦୪ରୁ ୨୦୦୯ ଯାଏ କାର୍ଯ୍ୟ କରିଛନ୍ତି। ୨୦୧୯ରୁ ୨୦୨୩ ଯାଏ ସେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଥିଲେ। ଏହାପରେ ଛତିଶଗଡ଼ର ରାଜ୍ୟପାଳ ଭାବେ ମଧ୍ୟ ୨୦୨୩-୨୦୨୪ ଯାଏ ସେ କାର୍ଯ୍ୟ କରିଛନ୍ତି।
ବାରମ୍ବାର ତାଙ୍କ ଅସୁସ୍ଥତା ବଢ଼ୁଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନଜର ରଖିଛନ୍ତି। ଅଧିକ ବିଶେଷଜ୍ଞ ଚିକିତ୍ସା ଲାଗି ତାଙ୍କୁ ହାଇଦ୍ରାବାଦ ପଠାଯିବାର ବ୍ୟବସ୍ଥା କରାଯାଉଛି। ସେପ୍ଟେମ୍ବର ମାସେ ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ବଢ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।