Arka Keshari Singh Deo: ଭୁବନେଶ୍ୱର: ପୂର୍ବତନ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଏଥିନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ସମାବେଶ ଆୟୋଜନ କରାଯାଇଥିଲା। ରାଜ୍ୟ ଅଧ୍ୟକ୍ଷ ମନମୋହନ ସାମଲ୍‍ ତାଙ୍କୁ ବିଜେପିର ଉତ୍ତରୀୟ ଏବଂ ଦଳୀୟ ଚିହ୍ନ ଦେଇ ସ୍ୱଗତ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଅର୍କକେଶରୀ ୨୦୧୪ରେ ବିଜେଡି ଟିକେଟରୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ୨୦୧୯ ମସିହାରେ ତାଙ୍କୁ ବିଜେଡି ଟିକେଟ୍‍ ଦେଇ ନଥିଲା। ତାଙ୍କ ବଦଳରେ ପୁଷ୍ପେନ୍ଦ୍ର ସିଂହଦେଓ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ।  ଖାଲି ସେତିକି ନୁହେଁ ତାଙ୍କୁ ଦଳର କୌଣସି ସାଂଗଠନିକ କାର୍ଯ୍ୟରେ ମଧ୍ୟ ରଖାଯାଇ ନଥିଲା।  


ଅର୍କଙ୍କ ପିତା ହେଉଛନ୍ତି ବିକ୍ରମ କେଶରୀ ଦେଓ।  ସେ ତିନିଥର ବିଜେପି ଟିକେଟରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮, ୧୯୯୯ ଏବଂ ୨୦୦୪ ମସିହାରେ ସେ ସାଂସଦ ଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ବିକ୍ରମଙ୍କର ୨୦୦୯ ମସିହାରେ ନିଧନ ହୋଇଥିଲା। ସେହିବର୍ଷ ହାଇଥିବା ନିର୍ବାଚନରେ କଂଗ୍ରେସରୁ ଭକ୍ତଚରଣ ଦାସଙ୍କ ବିଜୟ ହୋଇଥିଲା। 
ଏହାପରେ କଳାହାଣ୍ଡି ରାଜପରିବାରର ପ୍ରଭାବ ଏବଂ ଲୋକପ୍ରିୟତାକୁ ହାସଲ କରିବା ଲାଗି ବିଜେଡି ଓସମାନିଆ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ି ଆସିଥିବା ଅର୍କଙ୍କୁ ଦଳରେ ସାମିଲ୍‍ କରି ଟିକେଟ୍‍ ଦେଇଥିଲା। ସେ ମଧ୍ୟ ସେଥିରେ ବିଜୟ ହୋଇଥିଲେ। 


ଏବେ ଅର୍କଙ୍କ ବିଜେପିରେ ସାମିଲ୍‍ ହେବା ତାଙ୍କର ଘର ବାହୁଡ଼ା ସଦୃଶ ହୋଇଛି। ଏହି ମିଶ୍ରଣ ଉତ୍ସବରେ କଳାହାଣ୍ଡିର ବର୍ତ୍ତମାନର ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଥିଲେ। ଅର୍କଙ୍କ ଏହି ଯୋଗଦାନ ବିଜେଡି ପାଇଁ ଉଦ୍‍ବେଗର ବିଷୟ ହେବ। କାରଣ କଳାହାଣ୍ଡି ନିର୍ବାଚନ ଇତିହାସରେ ଅର୍ତକଙ୍କୁ ଛାଡ଼ି କେବେ ବିଜେଡିର ପ୍ରବେଶ ହୋଇପାରି ନଥିଲା ବା ହୋଇ ନାହିଁ। ପୂର୍ବଥର ଅର୍କଙ୍କୁ ଅଣଦେଖା କରିଥିବାରୁ ବିଜେଡି ପରାଜୟ ସ୍ୱୀକାର କରିଥିଲା।


Also Read: Odisha News: ୩ଟଙ୍କା ଫେରେଇଲେନି, ତଣ୍ଡ ଗଣିବେ ୨୫ ହଜାର


Also Read: ବାପା କିଣିଲେ ସେକେଣ୍ଡ ହ୍ୟାଣ୍ଡ୍ ସାଇକେଲ୍, ଖୁସିରେ ନାଚିଲା ପୁଅ, ଦେଖନ୍ତୁ ଭିଡିଓ


Also Read: Vastu Tips: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଫାଟ ସୃଷ୍ଟି କରିଥାଏ ବେଡ଼ରୁମରେ ଥିବା ଏହିସବୁ ଜିନିଷ!