ଭୁବନେଶ୍ୱର:  ସଂସ୍କୃତି ଓ କଳା ପ୍ରତି ଥିବା ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇ କେନ୍ଦ୍ର ସରକାର  (Government of India) ୪ ଜଣ ଓଡ଼ିଆଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରିବେ ( Central Music Drama Academy) । ଆସନ୍ତାକାଲି ନୂଆଦିଲ୍ଲୀର ବିଜ୍ଞାନ ଭବନ (Vigyan bhawan, new delhi) ଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯିବ। ଏଥିରେ ସେମାନଙ୍କ ସହ ୮୪ ଜଣ ବରିଷ୍ଠ କଳାକାରଙ୍କୁ ପୁରସ୍କୃତ କରାଯିବ।  ଏହି କଳାକାର ମାନେ ସେମାନଙ୍କ ଜୀବନକୁ କଳା, ସଂସ୍କୃତିର ରକ୍ଷା ପାଇଁ ନିୟାଜିତ କରିଛନ୍ତି। ପ୍ରଦର୍ଶନ କଳା ମାଧ୍ୟମରେ ସେମାନେ ଦର୍ଶକଙ୍କ ନିକଟତର ହୋଇଛନ୍ତି। ତାଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଅନେକଙ୍କୁ ଅଭିଭୂତ କରିବା ସହ ଆଦର୍ଶ ହୋଇଛି। ହେଲେ ଏହି ୭୫ ବର୍ଷ ସମୟ ଭିତରେ ତାଙ୍କୁ କୌଣସି ଜାତୀୟ ପୁରସ୍କାର ମିଳି ପାରି ନାହିଁ। ଏହି ବ୍ୟବଧାନକୁ ଦୂର କରି ସେମାନଙ୍କ ଅବଦାନ ପ୍ରତି ନିଜର କୃତଜ୍ଞତା ପ୍ରକାଶ କରିବାକୁ ଯାଇ ଭାରତ ସରକାର ଏହି ୮୪ ଜଣଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରିବେ। 


COMMERCIAL BREAK
SCROLL TO CONTINUE READING

ଯେଉଁ ୪ ଓଡ଼ିଆ ଏହି ସମ୍ମାନଜନକ ସ୍ୱତନ୍ତ୍ର ପୁରସ୍କାର ପାଇବେ ସେମାନେ ହେଲେ: ‘ଛଉନୃତ୍ୟ’ ପାଇଁ ସିଦ୍ଧେଶ୍ବର ଦାସ, ‘ଥିଏଟର୍‌’ରେ ସାମଗ୍ରିକ ଅବଦାନ ପାଇଁ ଅନନ୍ତ ମହାପାତ୍ର, ଲୋକସଙ୍ଗୀତ ବ୍ରହ୍ମବୀଣା ପାଇଁ ଆନନ୍ଦ ବାଗ ଓ  ଓଡ଼ିଶୀ ନୃତ୍ୟ (ଗୋଟିପୁଅ) ପାଇଁ ଗୋବିନ୍ଦ ଚନ୍ଦ୍ର ପାଲ୍‌ । ସେମାନଙ୍କୁ ପୁରସ୍କାର ବାବଦରେ ନଗଦ ୧ ଲକ୍ଷ ଟଙ୍କା ଅର୍ଥରାଶି, ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଆସନ୍ତାକାଲି ଏକ ଭବ୍ୟ ସମାବେଶ ଏଥିଲାଗି ଅନୁଷ୍ଠିତ ହେବ। ଯେଉଁଥିରେ  ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁରସ୍କାର ପ୍ରଦାନ କରିବେ। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ତଥା ସାଂସ୍କୃତିକ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ୍‌ (Arjun Ram MeghwalMinister of Law and Justice of India) ଏବଂ ସଂସ୍କୃତି ଓ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖ ( Smt. Meenakashi Lekhi Minister of State for External Affairs) ଏଥିରେ ଉପସ୍ଥିତ ରହିବେ।