ମାଲକାନଗିରି: ତେଲେଙ୍ଗାନାର ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ପଛରେ ଏକ ବସ୍‌ ପିଟି ହେବାରୁ ଏହି ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ସୂଚନା ମିଳିଛି। 


COMMERCIAL BREAK
SCROLL TO CONTINUE READING

ଖବର ଅନୁଯାୟୀ, ନୂଆପଡା ଜିଲ୍ଲା ସିନାପାଲ୍ଲୀରୁ ହାଇଦ୍ରାବାଦକୁ ଯାଉଥିଲା ଗୁପ୍ତା ଟ୍ରାଭେଲସ ନାମକ ଘରୋଇ ବସ୍‌। ଏହି ବସ୍‌ରେ ପ୍ରାୟ ୩୨ ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ହେଲେ ଘନ କୁହୁଡ଼ି ଯୋଗୁଁ ଖମ୍ମାମ-ସୁର୍ଯ୍ୟପେଟ୍‌ ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ଏକ ଟ୍ରକ ପଛ ପଟେ ପିଟି ହୋଇଥିଲା ବସ୍‌। ଯେଉଁଥିରେ ଡ୍ରାଇଭରଙ୍କ ସମେତ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ବାକି କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଶ୍ରମିକ ରହିଥିବା ଜଣାପଡିଛି।