Crime News: (ପ୍ରେମାନନ୍ଦ ପୂଜାରୀ) ଗତ କିଛି ଦିନ ହେବ ଗଜପତି ଜିଲାବାସୀଙ୍କ ନିଦ ହଜାଇବା ସହ ପୁଲିସ ଆଖିକୁ ଚଖମା ଦେଇଆସୁଥିବା ଏକ ଲୁଟେରା ଦଳ କୁ ଗିରଫ କରିଛି ପୋଲିସ । ଗୋଟିଏ ଦଳରେ ଥିବା ଜଣକୁ ପୋଲିସ ଗିରଫ କରିଥିବା ବେଳେ ଗିରଫ ଅଭିଯୁକ୍ତ ମାନେ ହେଲେ ନବରଙ୍ଗପୁର ଜିଲା ପାପଡହାଣ୍ଡି ଥାନା ତୁରୁମୁଲା ଗାଁର ପ୍ରତାପ ଜାନୀ (୨୦), ତାଙ୍କ ସ୍ତ୍ରୀ ସରସ୍ବତୀ ଜାନୀ(୨୧) ଏବଂ ବାବାଜୀଗୁଡା ଗାଁର ଦେବରାଜ ମାଝୀ ଓରଫ ଶିବୁ(୨୦) ଏବଂ ତାଙ୍କ ସ୍ତ୍ରୀ ଗୌରୀ ଜାନୀ (୨୦) । 


COMMERCIAL BREAK
SCROLL TO CONTINUE READING

ଗଜପତି ଏସପି ଜତିନ୍ଦ୍ର କୁମାର ପଣ୍ଡା ସୋମବାର ସନ୍ଧ୍ୟାରେ ଜିଲା ପୁଲିସ ମୁଖ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୧୫ ୭ଗ୍ରାମ ସୁନା, ୭୨୯ ଗ୍ରାମ ରୂପା ଓ ୧୬ଲକ୍ଷ ଟଙ୍କା, ଦୁଇଟି ବାଇକ, ଦୁଇଟି ମୋବାଇଲ ଫୋନ ଏବଂ ଚୋରିରେ ବ୍ୟବହୃତ ଲୁହାଛଡ଼ ଏବଂ ଗୋଟିଏ ସେଣିକୁ ମଧ୍ୟ ଜବତ କରିଛି ପୋଲିସ। 


ପୁଲିସ ର ସୂଚନା ପ୍ରକାରେ ଗତ ୧୪ତାରିଖ ସକାଳୁ କାଶୀନଗର ସହରର ବି.କେ ରାମକୃଷ୍ଣ ତାଙ୍କ ପରିବାର ସହ କୌଣସି କାମରେ ଆନ୍ଧ୍ରର ଟେକିଲିକୁ ଯାଇଥିଲେ । ରାତିରେ ଘରକୁ ଫେରିବା ସମୟରେ ବଡ଼ ଧରଣଣ ଚୋରି ହୋଇଥିବା ନେଇ କାଶୀନଗର ଥାନା ପୁଲିସକୁ ଖବର ଦେଇଥିଲେ । ଏହା ପରେ ପୁଲିସ ଘଟେଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଏହା ସହ ଗତ ୧୭ ତାରିଖ ଦିନ ଗୁରାଣ୍ଡି ଥାନା ଆର.ସୀତାପୁର ଗାଁର ସନ୍ତୋଷ ବିଶ୍ଵାଳଙ୍କ ଘରରୁ ମଧ୍ୟ ଚୋରି ହୋଇଥିଲା। ଏନେଇ ଗୁରାଣ୍ଡି ଥାନାରେ ଅଭିଯୋଗ ହୋଇଥିଲା। ଦୁଇଟି ସ୍ଥାନରୁ ଗୋଟିଏ ଲୁଟିଆ ଦଳ ସଂପୃକ୍ତ ହୋଇଥିବା ପୁଲିସ ଯାଞ୍ଚ ସମୟରେ ସନ୍ଦେହ କରିଥିଲା ।


ସେମାନଙ୍କୁ ଧରିବାକୁ ଏସପିଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇଥିଲା । ସୋମବାର ମଧ୍ୟାହ୍ନରେ କାଶୀନଗର ଥାନା ହାଡୁଭାଙ୍ଗି ଠାରେ ଏମାନଙ୍କୁ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବା ଖବର ପାଇ ପୁଲିସ୍ ଧରିବା ସହ ପଚରଉଚୁରା କରିଥିଲା । ପୁଲିସ୍ ସେମାନଙ୍କ ଠାରୁ ଚୋରି ସୁନା ଓ ରୂପା ଅଳଙ୍କାର ଏବଂ ଟଙ୍କା ଜବତ କରିଥିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ଶ୍ରୀ ପଣ୍ଡା କହିଛନ୍ତି । ଗରିଫ ଅଭିଯୁକ୍ତ ମାନଙ୍କ ଘର ନବଗରଙ୍ଗପୁର ଜିଲ୍ଲାରେ ହୋଇଥିଲେ ମଧ୍ୟ ଗତ କିଛି ଦିନ ହେଲା ପାରଳାଖେମୁଣ୍ଡିରେ ରହି ତାଲା ବନ୍ଧ ଘରୁ ଚୋରି କରିଆସୁଥିଲେ। ଆଜି ସେମାନେ ସେହି ସମାନ କାମ ପାଇଁ ତାଲା ପଡିଥିବା ଘର ସନ୍ଧାନ କରୁଥିବା ବେଳେ ପୁଲିସ୍ ହାତର ଧରା ପଡିଥିଲେ। ଗିରଫ ପ୍ରତାପ ଓ ଦେବରାଜ ସଂପର୍କରେ ମାମୁଁ ଓ ଭଣଜା ବୋଲି ଜଣାପଡିଛି। ଏମାନେ ପୂର୍ବରୁ ରାୟଗଡ ଏବଂ ଭବାନୀପାଟଣା ଅଞ୍ଚଳରେ ମଧ୍ୟ ଅନେକ ଚୋରି ଘଟଣାରେ ସମୃକ୍ତ ଥିବା ପୁଲିସ ତଦନ୍ତ ବେଳେ ଜଣାପଡିଛି। ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଏତିରିକ୍ତ ଏସପି ସୁନୀଲ କୁମାର ମହାନ୍ତି, ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ଏବଂ କାଶୀନଗର ଓ ଗୁରାଣ୍ଡି ଥାନା ଅଧିକାରୀ ଙ୍କ ସମେତ ପୁଲିସ ଟିମ ଉପସ୍ଥିତ ଥିଲେ।