Ganjam News: ବେଳାଭୂମି ମହୋତ୍ସବ ଉଦଘାଟିତ, ମନମୋହିଲା ଭଞ୍ଜକଳା ନିକେତନ
ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରକଷ୍ଟାର ଡାନ୍ସ, ଭଞ୍ଜକଳା ନିକେତନ ଓ ଆରୀୟାନ୍ ଡାନ୍ସର ତାଳେ ତାଳେ ଝୁମିଲେ ଦର୍ଶକ। ପ୍ରୟାଗୀ ଓ ଅରୁଣପୁର ଗ୍ରାମବାସୀଙ୍କ ଦ୍ବାରା ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
Ganjam News: ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଅଳେଶ୍ୱର ବେଳାଭୂମିରେ ଅଳେଶ୍ୱର ଦନ୍ତପୁର ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ମହୋତ୍ସବରେ ମୂଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ସମ୍ମାନୀୟ ଅତିଥି ରୂପେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ, ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ଖଲ୍ଲିକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୈତାରୀ ବେହେରା, ପାଲୁର ଗଡ଼ ଯୁବରାଜ ରଜତ ଚନ୍ଦ୍ର ଗଜେନ୍ଦ୍ର ଦେଓ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ମହୋତ୍ସବ ୨୫ ତାରିଖ ଠାରୁ ତିନି ଦିନ ବ୍ୟାପି ହେବ। ଲୋକ କଳା, ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ଦୁଲୁକୁଛି ଗଂଜାମ ଜିଲ୍ଲାର ଅଳେଶ୍ୱର (ଦନ୍ତପୁର)ବେଳାଭୂମି । ଦନ୍ତପୁରର ହଜି ଯାଇଥିବା ସ୍ମୃତି ଐତିହ, ସଂସ୍କୃତି ଓ ପରମ୍ପରା କୁ ମନେପକାଇ ପାଳନ ହେଉଛି ଅଳେଶ୍ୱର ଦନ୍ତପୁର ମହୋତ୍ସବ ୨୦୨୩। ଏହି ମହୋତ୍ସବର ସଭାପତି ଅଶୋକ ଦଳାଇ,ସମ୍ପାଦକ ବିଜୟ ପଲାଇ,କୋଷାଧ୍ୟକ୍ଷ ବଂଶୀଧର ତରାଇ, ସୁରେନ୍ଦ୍ର ଦଳାଇ, ଜୟସେନ୍ ପ୍ରଧାନ, ମଦନ ମୋହନ ପଲାଇ, ରମେଶ ଦଳାଇ ଆଦି ପରିଚାଳନା କରୁଛନ୍ତି। ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ରକଷ୍ଟାର ଡାନ୍ସ, ଭଞ୍ଜକଳା ନିକେତନ ଓ ଆରୀୟାନ୍ ଡାନ୍ସର ତାଳେ ତାଳେ ଝୁମିଲେ ଦର୍ଶକ। ପ୍ରୟାଗୀ ଓ ଅରୁଣପୁର ଗ୍ରାମବାସୀଙ୍କ ଦ୍ବାରା ବ୍ୟାପକ ବନ୍ଦୋବସ୍ତ କରାଯାଇଛି।