ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ରଘୁନାଥପାଲି ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ୫ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତା। ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଛି। ରଘୁନାଥପାଲି ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ଥାନାରେ ମାମଲା ରୁଜୁ ପରେ ତଦନ୍ତ କରୁଛି ପୁଲିସ। 


COMMERCIAL BREAK
SCROLL TO CONTINUE READING

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ରଘୁନାଥପାଲି ଥାନା ନିକଟରେ ଥିବା ଏକ ରେଷ୍ଟୁରାଣ୍ଟକୁ ନାବାଳିକା ନିଜର ୨ ପୁରୁଷ ବନ୍ଧୁଙ୍କ ସହ ଯାଇଥିଲେ। ପରେ ୨ ପୁରୁଷ ବନ୍ଧୁ ନାବାଳିକାଙ୍କୁ ପ୍ଲାଣ୍ଟ ସାଇଟ ଥାନା ଅଞ୍ଚଳକୁ ଆଣି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ ପୁରୁଷ ବନ୍ଧୁଙ୍କ ସମେତ ୫ ଜଣ ଯୁବକ ସଂପୃକ୍ତ ଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି ଓ ଘଟଣାର ତଦନ୍ତ କରୁଛି।